ଖାନନଗର ପୂଜା ମଣ୍ଡପରେ ଚାନ୍ଦି ମେଢ଼ରେ ଶୋଭା ପାଉଛନ୍ତି ମା', ଆଶୀର୍ବାଦ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ - କଟକ ଖାନନଗର ପୂଜା ମଣ୍ଡପ
Published : Oct 24, 2023, 9:10 AM IST
କଟକ:ସୂକ୍ଷ୍ମ ତାରକସି କାମ ପାଇଁ ବେଶ ଖ୍ୟାତି ଲାଭ କରିଛି ସିଲଭର୍ ସିଟି କଟକ ସହର । ସେଥିପାଇଁ ତ ଶାରଦୀୟ ଦୁର୍ଗାପୂଜାରେେ ପ୍ରତ୍ୟକ ପୂଜା ମଣ୍ଡପ ଆଗରେ ଗହଳି ଲାଗୁଛି । ଏହି କ୍ରମରେ କଟକ ଖାନନଗର ପୂଜା ମଣ୍ଡପରେ ବି ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଗହଳି ଲାଗୁଛି । ପ୍ରାୟ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାନ୍ଦିରେ ଏହି ମେଢ଼ ନିର୍ମାଣ କରାଯାଇଥିଲା ବେଳେ ୩ କେଜିରୁ ଅଧିକ ସୁନା ଏହି ମଣ୍ଡପ ବେଶ ଆକୃଷ୍ଟ କରୁଛି ।
ଏହାମଧ୍ୟ ପଢନ୍ତୁ..ବମିଖାଲ ପୂଜାମଣ୍ଡପରେ ମହାନବମୀ, ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଉଛନ୍ତି ମା' ଦୁର୍ଗା
ଏହି ମଣ୍ଡପର ବିଶେଷତ୍ୱ ହେଲା ପ୍ରତ୍ୟକ ବର୍ଷ ନୂଆ ନୂଆ ଚିନ୍ତାଧାରା ସହ ସାଜସଜ୍ଜା କରାଯାଇଥାଏ । ଯେଉଁଥିପାଇଁ ଏହି ମଣ୍ଡପ ବୁଲିବାକୁ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମଧ୍ୟ ଖାନ୍ ନଗରରେ ମିନାକ୍ଷୀ ମନ୍ଦିରର ତ୍ୱରଣ ବେଶ ଆକର୍ଷଣୀୟ ହୋଇଛି । ଯେଉଁ କାରଣରୁ ଏହି ମଣ୍ଡପ ଆଗରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ତେବେ ଏନେଇ ଖାନ୍ନଗର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...
ଇଟିଭି ଭାରତ, କଟକ