ଓଡିଶା

odisha

Raja Sankranti: ରଜ ସଂକ୍ରାନ୍ତି ସେଲିବ୍ରେସନରେ ମସଗୁଲ କଟକିଆ

By

Published : Jun 15, 2023, 4:54 PM IST

Raja Sankranti

କଟକ:ପହିଲି ରଜ ପରେ ଆଜି ପାଳନ ହେଉଛି ଦ୍ବିତୀୟ ଦିନ ରଜ ଅର୍ଥାତ ରଜ ସଂକ୍ରାନ୍ତି । ସବୁଠି ଉତ୍ସାହ ଉଦ୍ଦୀପନା ।  ଗାଁଠୁ ସହର ସଭିଏଁ ଦୋଳିରେ ଝୁମୁଛନ୍ତି  । ପିଠା ମିଠା ପାନ ଖାଇ ପାଳୁଛନ୍ତି ରଜ। କଟକରେ ବି ବିଭିନ୍ନ ସ୍ଥାନରେ ରଜ ସଂକ୍ରାନ୍ତିକୁ ବେଶ ଧୁମଧାମରେ ପାଳୁଛନ୍ତି ସହରବାସୀ । ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ନୃତ୍ୟ ଅନୁଷ୍ଠାନ ସୁର ମନ୍ଦିର ପକ୍ଷରୁ ବି ରଜ ମହୋତ୍ସବ ଆୟୋଜିତ ହେଉଛି । ଯେଉଁଠି ଚିତା ଝୋଟି ଓ ପୁଚି ଖେଳରେ ମସଗୁଲ କୁଆଁରୀ ଝିଅ ।  

ତେବେ କହିବାକୁ ଗଲେ ଗଣପର୍ବକୁ ନେଇ ଉତ୍ସବ ମୁଖର ସାରା ଓଡ଼ିଶା । ଚାରିଆଡେ ଆନନ୍ଦର ଲହରୀ । ଗାଁଠୁ ସହର ସବୁ ଆଡେ ରଜର ଆନନ୍ଦ ଉଠାଇଛନ୍ତି ରାଜ୍ୟବାସୀ । ଏହି ଅବସରରେ ଓଡ଼ିଶାର ଗଣପର୍ବ ରଜ ପାଇଁ ଉତ୍ସଵ ମୁଖର ସଂସ୍କୃତି ଓ ପରମ୍ପରାର ନଗରୀ କଟକ। ଏଥିପାଇଁ ସହରର ବିଭିନ୍ନ ସାହିରେ ଦେଖିବାକୁ ମିଳିଛି ରଜ ସଂକ୍ରାନ୍ତିର ବିଶେଷ ମାହୋଲ । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥୀଙ୍କ ସହ ନେଇଛନ୍ତି ରଜ ଦୋଳିର ମଜା । କେବଳ କୁଆଁରୀମାନେ ନୁହନ୍ତି ଏଥିରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ସମସ୍ତେ ସାମିଲ ହୋଇ ରଜ ମଉଜକୁ ଉପଭୋଗ କରିଛନ୍ତି।  

ଏହା ବି ପଢନ୍ତୁ- ରଜ ପାଇଁ ଉତ୍ସବ ମୁଖର ଗାଁ ଠୁ ସହର , ପିଠାମିଠାରେ ମହକୁଛି ଚତୁର୍ଦ୍ଦିଗ

ମୁଣ୍ଡରେ କୁଙ୍କୁମ ହାତରେ, ମେହେନ୍ଦୀ ତା ସାଙ୍ଗକୁ ନୂଆ ପୋଷାକ ପିନ୍ଧି ଦୋଳି ଖେଳର ମଜା । ରଜ ପାଇଁ ଆଜି କଟକ ସହରରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ସହରର ବିଭିନ୍ନ ସାହିରେ କୁମାରୀମାନେ ଏକାଠି ହୋଇ ଦୋଳି ଖେଳିବା ସହ ଖୁବ ମଜା ଉଠାଇଛନ୍ତି । ପୋଡ଼ ପିଠା ସହ ମିଠା ପାନ ଖାଇ ରଜକୁ ସ୍ବାଗତ କରିବାର ମଜା ଟିକେ ନିଆରା । ତେଣୁ ସମସ୍ତେ ସଜବାଜ ଦିନଠୁ ହିଁ ପ୍ରସ୍ତୁତି ହୋଇ ସାରିଛନ୍ତି ।  ଚଳିତ ବର୍ଷ ସମସ୍ତ ରଜକୁ ଢେର ଅପେକ୍ଷା ଥିଲା । ଆଜି ପ୍ରଥମ ରଜରେ ଭାଇମାନେ ଭଉଣୀମାନଙ୍କ ପାଇଁ ପ୍ରସ୍ତୁତି କରିଥିଲେ ଦୋଳି। କଟକର ଜଗତପୁର, ସଙ୍କରପୁର, ଖାନନଗର ଆଦି ଅଞ୍ଚଳରେ ରଜର ବିଶେଷ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆହୁରି ରଜ ୨ ଦିନ ରହିଥିବାରୁ ଏବେଠୁ ସ୍ବତନ୍ତ୍ର ଯୋଜନା କରିବା ସହ ହସଖୁସିରେ ଦିନ କାଟୁଛନ୍ତି କଟକବାସୀ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details