ଓଡିଶା

odisha

several members of one family fell ill

ETV Bharat / videos

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 6 ଅସୁସ୍ଥ

By

Published : Jul 27, 2023, 10:16 AM IST

ଢେଙ୍କାନାଳ: ଜୀବନକୁ ବିପଦରେ ପକାଇଲା ବାଡିରେ ଫୁଟିଥିବା ପାଳ ଛତୁ । ବିଷାକ୍ତ ଛତୁ ତରକାରୀ ଖାଇ ଗୋଟିଏ ପରିବାରର ଛଅ ଜଣ ଅସୁସ୍ଥ । ଏଭଳି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ନୂଆଟିପିଲେଇ ଗ୍ରାମରେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଛଅ ବର୍ଷର ଶିଶୁ ରହିଛି । ଗ୍ରାମର ପାର୍ବତୀ ଦଳେଇଙ୍କ ବଡ ବୋହୂ ବୁଧବାର (ଜୁଲାଇ26) ସକାଳ ସମୟରେ ବାଡିରେ ଫୁଟିଥିବା ପାଳ ଛତୁକୁ ତୋଳି ଆଣି ତରକାରୀ କରିଥିଲେ । ଯାହାକୁ ଖାଇବା ପରେ ସନ୍ଧ୍ୟା ସମୟରେ ପରିବାରର ସମସ୍ତ ସଦସ୍ୟ ବାନ୍ତି କରିଥିଲେ। ଏହା ଦେଖି ଜଣେ ପଡୋଶୀ ଏକ ଅଟୋ ଯୋଗେ ପରିବାରର 6 ସଦସ୍ୟଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଗୁରୁତରମାନେ ହେଉଛନ୍ତି  ପିତବାସ ଦଳେଇ, ପରମାନନ୍ଦ ଦଳେଇ, ଲକ୍ଷ୍ମୀଧର ଦଳେଇ, ବବିତା ଦଳେଇ, ସନ୍ତୋଷ ଦଳେଇ ଓ ସୁଷମା ଦଳେଇ ।

ଏବେ ବର୍ଷା ଋତୁ ଚାଲିଥିବାରୁ ସାଧାରଣତଃ ଘରର ବାଡି ପଛପଟ ହେଉବା ଅବା ପାଳଗଦା ବିଭିନ୍ନ ସ୍ଥାନରେ ଛତୁ ଫୁଟିଥିବା ଦେଖିବାକୁ ମିଳିଥାଏ । ଛତୁର ଆଦର ମଧ୍ୟ ଢେର ରହିଛି । ସବୁ ଛତୁ ଯେ ଖାଦ୍ୟ ଯୋଗ୍ୟ ନୁହେଁ ଏହା ଲୋକଙ୍କୁ ଜାଣିବା ଆବଶ୍ୟକତା ରହିଛି । ଛତୁ ମଧ୍ୟରେ ଅନେକ ବିଷାକ୍ତ ଛତୁ ମଧ୍ୟ ରହିଥାଏ । ଯାହା ଜୀବନ ମଧ୍ୟ ନେଇଯାଏ । ଘର ବାହାରେ ବାଡିରେ ଫୁଟୁଥିବା ଛତୁ ଖାଦ୍ୟ ଯୋଗ୍ୟ କି ନୁହେଁ ପରଖନ୍ତୁ । ଏହା ପରେ ହିଁ ଏହାକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ । ପୂର୍ବରୁ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହେବା କିମ୍ବା ଜୀବନ ଯିବାର ମଧ୍ୟ ନଜିର ରହିଛି । ଯେ କୌଣସି ସ୍ଥାନରୁ ଛତୁ ତୋଳି ଆଣି ଖାଦ୍ୟ ରୂପେ ଗ୍ରହଣ କରିବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକତା ରହିଛି । 

ଏହା ମଧ୍ୟ ପଢନ୍ତୁ-ଛତୁ ଖାଇ ଗୋଟିଏ ପରିବାରରେ 6 ଜଣ ଅସୁସ୍ଥ, ମେଡିକାଲ ଭର୍ତ୍ତି

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details