ଓଡିଶା

odisha

ସୁର ରାଉତରାୟ ନିର୍ବାଚନ ଲଢିବା ପ୍ରସଙ୍ଗ

ETV Bharat / videos

Interview With Sura Routray: ନିର୍ବାଚନ ଲଢିବା ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ

By ETV Bharat Odisha Team

Published : Nov 1, 2023, 7:07 PM IST

Updated : Nov 2, 2023, 1:02 PM IST

ଭୁବନେଶ୍ବର: "ମୋତେ କାଠ ଖଣ୍ଡେ ଦିଅ ନହେଲେ ଭୋଟ୍‌ ଖଣ୍ଡେ ଦିଅ" 2019ରେ ନିର୍ବାଚନ ବେଳେ କିଛି ଏମିତି କହି ଭୋଟ୍‌ ମାଗିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ହେଲେଚଳିତ ଥର ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏହି କଂଗ୍ରେସ ବିଧାୟକ । ସେ କହିଛନ୍ତି, "ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୁଁ ଆଉ ଲଢ଼ିବି ନାହିଁ। ମୋ ସ୍ଥାନରେ ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବେ।" ଆଜି ଇଟିଭି ଭାରତକୁ ନିଜର ମତ ଦେଇଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ । ସୁର ରାଉତରାୟ କହିଛନ୍ତି, "ଜଟଣୀରେ ମୁଁ ଯେଉଁ ବିକାଶମୂଳକ କାର୍ଯ୍ୟ କରୁଛି, ତାହା ଜଟଣୀବାସୀ ଦେଖୁଛନ୍ତି । ଜଟଣୀ ପାଇଁ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ମୁଁ କରିଛି । ତାକୁ ପୁଞ୍ଜି କରି ଆଗାମୀ ଦିନରେ ମୋ ପୁଅ ଲଢ଼ିବ।"
 

ଏହା ବି ପଢନ୍ତୁ...ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ସୁର, ଆଉ ଲଢ଼ିବେନି ନିର୍ବାଚନ


ସୂଚନା ଅନୁସାରେ, ପୂର୍ବରୁ ସୁର ରାଉତରାୟ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ । ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ତାଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ସୁର ସ୍ପଷ୍ଟ କରିଥିଲେ । ହେଲେ ଗତ 27 ତାରିଖ ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତ୍ତନ ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଥିଲେ କି ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ସୁର ବାବୁ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ହେବେ । AICC ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଡ଼. ଚେଲା କୁମାର ମଧ୍ୟ ସମାନ ଢଙ୍ଗରେ ସୁର ବାବୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିଧାୟକ ସୁର ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 2, 2023, 1:02 PM IST

ABOUT THE AUTHOR

...view details