ଓଡିଶା

odisha

ETV Bharat / videos

ପବିତ୍ର ସରସ୍ୱତୀ ପୂଜା, ପୂଜା କରିଲେ ଛାତ୍ରଛାତ୍ରୀ

By

Published : Jan 26, 2023, 4:38 PM IST

Updated : Feb 3, 2023, 8:39 PM IST

କଟକ:ଆଜି ହେଉଛି ପବିତ୍ର  ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା।  ବିଦ୍ୟାଦାତ୍ରୀ ମା ସରସ୍ବତୀ ଆଜି ଧରା ପୃଷ୍ଠକୁ ଅବତରଣ କରିଛନ୍ତି । ଏନେଇ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ପୂଜା ମଣ୍ଡପ ମାନଙ୍କରେ  ବେଶ ଧୁମ ଧାମରେ ପୂଜା ଅର୍ଚ୍ଚନା କରାଯାଉଛି।  ତେବେ କଟକ ର ଚହଟା ହାଟ ନିକଟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସକାଳୁ ଆରମ୍ଭ ହୋଇଥିଲା ପୂଜା ଅର୍ଚ୍ଚନା। ସ୍କୁଲରେ ପଢ଼ୁଥିବା ଶତାଧିକ ପିଲା ପୂଜା ରେ ଯୋଗ ଦେଇ ପୂଜା ଅର୍ଚ୍ଚନା କରିବା ସହ ମା ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ତେବେ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଏ । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ବତୀ । ବାକ୍ୟର ଦେବୀ ବାଗଦେବୀ, ବାଣୀ, ଶାରଦା ।  

ତେବେ କଟକ ର ସମସ୍ତ ସ୍କୁଲ କଲେଜ ପରିସର ରେ ଆଜି ମା ଙ୍କ ପୂଜା ଅନୁଷ୍ଠିତ ହେଉଛି। ସକାଳୁ ସକାଳୁ ସମସ୍ତ ଛାତ୍ରଛାତ୍ରୀ ଘରୁ ଶୀଘ୍ର ଉଠି ମାଆ ସରସ୍ୱତୀ ଙ୍କ ପୂଜା ପାଇଁ ଫୁଲ ଫଳ, ସାମଗ୍ରୀ ଇତ୍ୟାଦି ବନ୍ଦୋବସ୍ତ କରି ସ୍କୁଲ ପୂଜା ରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ ଙ୍କ ନୂଆ ଡ୍ରେସ ସାଙ୍ଗକୁ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳୁ ସମସ୍ତେ ଉଜାଗର ରହି ମା ଙ୍କ ପୂଜା ସରିବା ପରେ ପୁଷ୍ପାଞ୍ଜଳୀ ଓ ପଞ୍ଚାମୃତ ପାଇ ପ୍ରସାଦ ସେବନ କରିଛନ୍ତି। 

ଇଟିଭି ଭାରତ, କଟକ

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details