ଓଡିଶା

odisha

sarapanch attacked by villagers

ସରପଞ୍ଚଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଗ୍ରାମବାସୀ

By ETV Bharat Odisha Team

Published : Sep 25, 2023, 2:18 PM IST

Published : Sep 25, 2023, 2:18 PM IST

ଯାଜପୁର :ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତର କନ୍ତିଆ ଗ୍ରାମର ସ୍ୱାଇଁ ସାହି ଛକ ନିକଟରେ । ତେବେ ଆହତ ସରପଞ୍ଚ ହେଲେ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀ ପ୍ରସାଦ ମିଶ୍ର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି  । ଏହି ଘଟଣାକୁ ନେଇ ସରପଞ୍ଚ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନୈତିକ ଆକ୍ରୋଶରୁ ଏଭଳି  ଆକ୍ରମଣ କରାଯାଇଥିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି । ତେବେ ଏନେଇ ପୋଲିସ ଏତଲା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ - ବନ୍ୟଜନ୍ତୁ ଶିକାର ନେଇ ଚଢାଉ : ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ଦଳିଦେଲା ହାତୀ, ବିଧାୟକଙ୍କୁ ଗୋଡେଇ ପିଟିଲେ ଗ୍ରାମବାସୀ

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details