ଓଡିଶା

odisha

By

Published : Dec 27, 2022, 8:42 PM IST

Updated : Feb 3, 2023, 8:37 PM IST

ETV Bharat / videos

DhanuYatra2023: ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦାମ ପ୍ରଧାନ

ପୁରୀ: ଆଜି ଠାରୁ ଆରମ୍ଭ ହୋଇଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ଚଳିତ ବର୍ଷ 75 ବର୍ଷ ପୂର୍ତ୍ତି ପାଳନ କରୁଛି । ବରଗଡରେ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ ହେଉଥିବା ବେଳେ, ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଧନୁଯାତ୍ରାର ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦାମ ପ୍ରଧାନ । ବରଗଡ ଧନୁଯାତ୍ରା ମହୋତ୍ସବ ସମିତି ଓ ପ୍ରଚାର ପ୍ରସାର କମିଟିକୁ ଶୁଭେଚ୍ଛା ଦେବା ପାଇଁ ସୁଦାମ ପ୍ରଧାନ ଓ ତାଙ୍କ ସାଥୀମାନେ ପୁରୀ ବେଳାଭୂମିର ବଳିଆ ପଣ୍ଡା ବିଚରେ ଧନୁଯାତ୍ରା ପ୍ରଚାର ପ୍ରସାର ପାଇଁ ଏକ ବୃହତ ବାଲୁକା ଶିଳ୍ପ କଳା ପ୍ରଦର୍ଶନ କରିଛନ୍ତି। ଏହି ବାଲୁକା ଶିଳ୍ପ କଳା ପାଇଁ ୧୫୦ ଟନ ବାଲି ବ୍ୟବହାର ହୋଇ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୦ ଘଣ୍ଟା ସମୟ ଲାଗିଛି । ଏହା ୩୦ ଫୁଟ ଲମ୍ବ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ । ବରଗଡର ଧନୁଯାତ୍ରା ମହୋତ୍ସବ ବିଶ୍ଵର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ହୋଇଥିବା ବେଳେ ତାର ପ୍ରଚାର ପ୍ରସାର ପାଇଁ ଏବଂ ଧନୁଯାତ୍ରା ମହୋତ୍ସବକୁ ସମସ୍ତଙ୍କୁ ଦେଖି ଆସିବାକୁ ନିମନ୍ତ୍ରଣ ଦେବା ପାଇଁ ଏହି ବାଲୁକାକଳାଟି ସମର୍ପିତ ହୋଇଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details