ଓଡିଶା

odisha

ବାଲୁକା ଶିଳ୍ପୀ ମାନସ ସାହୁ

By

Published : Apr 3, 2023, 1:36 PM IST

ETV Bharat / videos

NMACC Gala: ଓଡିଆ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା ଆନିମେସନକୁ ଭୂରି ଭୂରି ପ୍ରଶଂସା

ପୁରୀ: ନୀତା ମୁକେଶ ଅମ୍ବାନୀ କଲ୍ଚରାଲ ସେଣ୍ଟର ଆର୍ଟ ହାଉସ ଉଦଘାଟନ ହୋଇଯାଇଛି । ଏଥିଲାଗି ୩ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ତାଙ୍କର କଳାର ଯାଦୁ ସାରା ବିଶ୍ବ ଦେଖିଛି । ତେବେ ବାଲୁକା ଆନିମେସନରେ ମାନସ କରିଥିବା ଓଡିଆର ପଟ୍ଟଚ୍ଚିତ୍ରକୁ ଭୂରି ଭୂରି ପ୍ରଶଂସା କରିଥିଲେ ଅଭିନେତା ଟମ ହଲାଣ୍ଡ । ସେ ହେଇଛନ୍ତି ସ୍ପାଇଡର ଫିଲ୍ମର ଅଭିନେତା ।

ଗତକାଲିର ଗ୍ରାଣ୍ଡ ଇଭେଣ୍ଟରେ ହଲିଉଡ ବଲିଉଡର ଅନେକ ଲୋକପ୍ରିୟ କଳାକାର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ବଲିଉଡ ସେଲିବ୍ରିଟିଙ୍କ ଧମାକାଦାର ଡାନ୍ସରେ ଦୁଲୁକି ଉଠିଥିଲା ମଞ୍ଚ । ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା, କିଙ୍ଗ ଖାନ ଶାହାରୁଖ, ଏନର୍ଜେଟିକ ଷ୍ଟାର ରଣବୀର ସିଂ, ବରୁଣ ଧୱନଙ୍କ ଭଳି ଲୋକପ୍ରିୟ ବଲିଉଡ ଷ୍ଟାରଙ୍କ ଡାନ୍ସ ପରଫର୍ମାନ୍ସ ସାମ୍ନାକୁ ଆସିଥିଲା ।  ଏହି ସାଂସ୍କୃତିକ କେନ୍ଦ୍ରକୁ ଭାରତର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ବ୍ୟବହାର କରାଯିବ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details