Heat Wave in Rourkela : ଜଳୁଛି ଷ୍ଟିଲ୍ ସିଟି, 43 ଡିଗ୍ରୀ ଛୁଇଁଲା ପାରଦ
ରାଉରକେଲା: ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ତତଲା କଢେଇରେ ସିଝୁଛି ଷ୍ଟିଲ ସିଟି ରାଉରକେଲା । ପ୍ରାୟ ସପ୍ତାହ ଧରି ପାରଦ 43 ଡିଗ୍ରୀ ଛୁଇଁଥିବା ବେଳେ ଅସହ୍ୟ ଗରମ ଅନୁଭୂତ ହେଉଛି । ସକାଳ 7ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଏବଂ ଝାଞ୍ଜି ପବନ ଯୋଗୁଁ ରାଉରକେଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ 10ଟାରୁ ଦୋକାନ ବଜାର ବନ୍ଦ ହୋଇଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ଘରୁ ବାହାରିଲା ମାତ୍ରେ ଛତା, ଗାମୁଛା, ସହ ଖରାରୁ ବଞ୍ଚିବା ପାଇଁ ବିଭିନ୍ନ ସାମଗ୍ରୀ ଧରି ଘରୁ ବାହାରକୁ ପ୍ରଶାସନ ପକ୍ଷରୁ ସତର୍କ ଜାରି କରାଯାଇଛି । ଏହାସହ ଉଷ୍ମତାଜନିତ ରୋଗ ଯେପରିକି ହିଟ୍ ଷ୍ଟ୍ରୋକ୍, ଡିହାଇଡ୍ରେସନ୍କୁ ନେଇ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସତର୍କ ସୂଚନା ଓ ପରାମର୍ଶ ଜାରି କରିଛନ୍ତି । ପ୍ରତ୍ୟେକଟି ଛକରେ ଜଳଛତ୍ର ଲଗାଯାଇଛି ।
ଇଟିଭି ଭାରତ, ସୁନ୍ଦରଗଡ