ଓଡିଶା

odisha

ଆଖି ବୁଜିଲା ଉଦ୍ଧାର କଲରାପତରିଆ ବାଘ,

ETV Bharat / videos

ଆଖି ବୁଜିଲା କଲରାପତରିଆ ବାଘ, ଉଦ୍ଧାର ହୋଇ ଦୀର୍ଘ ସମୟ ଥିଲା ଚିକିତ୍ସାଧୀନ

By

Published : May 9, 2023, 11:47 AM IST

ନୂଆପଡା: ଆଖି ବୁଜିଲା ଉଦ୍ଧାର ହୋଇଥିବା କଲରାପତରିଆ ବାଘ । ଚିକିତ୍ସାଧୀନ ଅବସ୍ଥାରେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତମାସ 16 ତାରିଖରେ ନୂଆପଡା ଜିଲ୍ଲା ସଦର ବନାଞ୍ଚଳ ଧରମବନ୍ଧା ସିଲିଆରିବାହାରା ଜଙ୍ଗଲରୁ ଅସୁସ୍ଥ ଅବସ୍ଥାରେ ଯନ୍ତା ସାହାଯ୍ୟରେ ବନବିଭାଗ କଲରାପତରିଆକୁ ଉଦ୍ଧାର କରିଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବାଘକୁ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାଥମିକ ଦଦନ୍ତରୁ ବାଘକୁ ଅଂଶୁଘାତ ହୋଇଥିବା ସୂଚନା ଦେଇଥିଲେ । ବାଘ ସୁସ୍ଥ ହେବାକୁ ସାଲାଇନ, ଇଞ୍ଜେକ୍ସନ ଦେବା ସହ ପ୍ରଚୁର ମାତ୍ରାରେ ପାଣି ଛିଞ୍ଚନ କରି ଥଣ୍ଡା ପବନ ଦିଆଯାଉଥିଲା । କିଛିଦିନର ଚିକିତ୍ସା ପରେ ବାଘ ସାମାନ୍ୟ ସୁସ୍ଥ ହେବାପରେ ପୁଣି ବାଘ ଗୁରୁତର ହୋଇଥିଲା । ଏହାପରେ ବାଘର ଚିକିତ୍ସା ପାଇଁ ଭୁବନେଶ୍ବର OUATର ପ୍ରଫେସର ଇନ୍ଦ୍ରମଣି ନାଥ ନୂଆପଡା ଆସି ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ପରେ ବାଘ ବ୍ଲଡ଼ ପ୍ରୋଟୋଜା ରୋଗ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ । ପରେ ବାଘର ରକ୍ତ, ପରିସ୍ରା ନମୂନା ସଂଗ୍ରହ କରି ପରୀକ୍ଷା କରିବାକୁ ନେଇଥିଲେ । ଏକ ସପ୍ତାହ ପରେ ଦୀର୍ଘ ଦିନ ଚିକିତ୍ସା ପରେ ଆଜି ଆଖି ବୁଜିଛି କଲରାପତରିଆ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details