ଓଡିଶା

odisha

Ratha Khala Halchal

ETV Bharat / videos

Ratha Khala Halchal: ତିନି ରଥର ଚାଲିଛି ଚକ ନିର୍ମାଣ କାର୍ଯ୍ୟ

By

Published : Apr 25, 2023, 4:36 PM IST

ପୁରୀ:ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ଶ୍ରୀନହର ସମୁଖ ରଥ ଖଳାରେ ଆରମ୍ଭ ହୋଇସାରିଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥର ଚକ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ପାଇଁ ତୁମ୍ବ ନିର୍ମାଣ ଚାଲିଛି। ଏହି କାର୍ଯ୍ୟ ୭ ଦିନରେ ସରିବାର ବିଧି ରହିଛି। ଏହା ପରେ ସୂତା ବାଡିଆ କାର୍ଯ୍ୟ ହେବ। ତୁମ୍ବ ହେଉଛି ଚକର ମଝି ଅଂଶ। କରତି ସେବକମାନେ ଫାଶୀ କାଠଗଣ୍ଡିକୁ କାଟି ବିଶ୍ଵକର୍ମାଙ୍କୁ ଯୋଗାଇ ଦେଇଛନ୍ତି । ବିଶ୍ଵକର୍ମାମାନେ ବାରିଶିରେ ହାଣି ତୁମ୍ଭ ତିଆରି କରୁଛନ୍ତି ।  ଫାଶୀ କାଠରେ ତୁମ୍ବ ନିର୍ମାଣ ହୁଏ। ଏହାର ଭିତର ଅଂଶ ଖୁବ ଟାଣ। ଚାପ ପଡ଼ିଲେ ମଧ୍ୟ ସହଜରେ ଏହା ଫାଟେ ନାହିଁ । ଏଣୁ ତୁମ୍ବ ରଥର ସବୁ ଭାର ସମ୍ଭାଳି ଥାଏ । ତୁମ୍ବରେ ବିନ୍ଧ ହୋଇ ଅର ଭୁଞ୍ଜିଲା ପରେ ସେଥିରେ ପହି ଲାଗି ହୋଇ ଚକ ପ୍ରସ୍ତୁତ ହୁଏ । ଆଗାମୀ ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହେବ। ତିନି ରଥର ଗୁଜ କାଠ ହଣାଯିବ। ସେପଟେ ରଥ ନିର୍ମାଣରେ ରଥ ଅମିନଙ୍କ ଗୁରୁତ୍ବପୁର୍ଣ୍ଣ ଦାୟିତ୍ଵ ରହିଛି । ରଥ ଅମିନ ତିନି ରଥ ପାଇଁ କେତେ କାଠ ଦରକାର, କେଉଁ କାଠ ଦରକାର, ଆଉ କେତେ କାଠ ଆସିବ ସେ ନେଇ ସ୍ଥିତି ଅନୁଧ୍ୟାନ କରି ପ୍ରଶାସନକୁ ଜଣାଇବା ସହ ବିଶ୍ଵକର୍ମା ମହାରଣାଙ୍କୁ କାଠ ଯୋଗାଇ ଦେଇଥାନ୍ତି । ରଥ ଅମିନ ଲକ୍ଷ୍ମଣ ମହାପାତ୍ର ରଥଖଳାରେ ଉପସ୍ଥିତ ରହି ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details