ଓଡିଶା

odisha

RathaKhala Halchal

ETV Bharat / videos

RathaKhala Halchal: ଆଗେଇ ଚାଲିଛି ୩ରଥର ଦଣ୍ଡା ଫ୍ରେମ, ନମ୍ବରିଂ ହୋଇ କଳଶା କାର୍ଯ୍ୟ ଶେଷ - ରଥଖଳା

By

Published : May 27, 2023, 4:14 PM IST

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନିରଥର ଦଣ୍ଡା ଫ୍ରେମ, ନମ୍ବରିଂ ହୋଇ କଳଶା କାର୍ଯ୍ୟ ଶେଷ ହୋଇଛି । କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମର ବିଭିନ୍ନ ଅଂଶ ଖୋଲାଯାଇଛି । ତିନିରଥର ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ତିନି ମୁଖ୍ୟ ମହାରଣା ଭୋଇ ସେବକଙ୍କ ସହଯୋଗରେ ସମ୍ପାଦିତ ହେବ । ଯେପରି ତିନିରଥ ବିନା ବାଧାରେ ସିଂହଦ୍ଵାରଠାରେ ଯାଇ ନିଜ ନିଜ ସ୍ଥାନରେ ପହଞ୍ଚି ପାରିବେ। ସେଥିପାଇଁ ତିନିରଥର ଚକ ଅଖ ସେଟିଂ କରାଯିବ। ତାଳଧ୍ବଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ବାବଧାନରେ ଅଣସର ପାଇଁ ୧୮ ଫୁଟର ୩ଗୋଟି "ଅଣସର ଗୟଳ" ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨ଟିର ଚଉପଟ କାର୍ଯ୍ୟ ଶେଷ ହୋଇଛି ।  

ତାଳଧ୍ବଜ ରଥର ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚାରି ନାହାକାର ମୁହଁ ସାଲ କାର୍ଯ୍ୟ ଶେଷ ହୋଇଛି । ଦୁଇଟି ଧୂଳି ଦଣ୍ଡା ନିର୍ମାଣ ପାଇଁ ରଥ ଆମୀନ ୨୦ ଫୁଟିଆ ଧଉରା କାଠ ତିନି ଚାଳିକୁ ଯୋଗାଇ ଦେଇଛନ୍ତି ଧୂଳି ଦଣ୍ଡାର ହଣା କାର୍ଯ୍ୟ ଚାଲିଛି ଚଉପଟ ପରେ ଦୁଇ ପାର୍ଶ୍ବ ଗୋଲାଳାର କରାଯିବ। ତାଳଧ୍ବଜ ରଥର ଚାରପରିଛ ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ଭୂଇଁ ଓରା, ଭୂଇଁ ଖମ୍ବୀ, ପୋଟଳ ପାରେଣି, ପୋଟଳ ନାହାକା ନିର୍ମାଣ ଶେଷ ହୋଇଛି । ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ପ୍ରେମ ନମ୍ବରିଂ, କଳଶା, ଅଗର ବିନ୍ଧ ହୋଇ ଦଣ୍ଡା ଖୋଲା ଯାଇ ସାଇତା କାର୍ଯ୍ୟ ପରେ ଦେବୀ ରଥର ଚାର ପରିଛା ଚଉପଟ କାର୍ଯ୍ୟ ଶେଷ ହୋଇଛି।

ଏହା ବି ପଢନ୍ତୁ- ସରିଲା ଶୀତଳ ଷଷ୍ଠୀ: ମନ୍ଦିର ବାହୁଡିଲେ ଦେବ ଦମ୍ପତି 

ଦେବୀ ରଥର ଦୁଇଟି ଧୂଳି ଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତିନି ଗୋଟି ଢମକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହ ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନନ୍ଦିଘୋଷ ରଥର ଦଣ୍ଡା ପ୍ରେମର ବମ୍ବରିଂ ହୋଇ କଳଶା ପରେ ଦଣ୍ଡା ପ୍ରେମରେ କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମ ଖୋଲା ଯାଇ ସାଇତା ଯାଇଛି ।  ଏଥି ସହ ନନ୍ଦିଘୋଷ ରଥର ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ଦୁଇଟି ପୋଲ ଗୟଳର ଚଉପଟ ପାଇଁ ହଣା କାର୍ଯ୍ୟ ଜାରି ରହିଛି ।  

ନନ୍ଦିଘୋଷ ରଥର ଆଗଆଣି ଢମକ ଏବଂ ଚାର ପରିଛାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ଦୁଇଟି ଧୂଳି ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରୂପକାର ସେବକମାନେ ତିନିରଥର ସିଂହାସନରେ ପୂର୍ଣ୍ଣ କୁମ୍ଭ , ପଦ୍ମ ପାଖୁଡା ଆଦି ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । କରତି ସେବକମାନେ ତିନିରଥର ପୋଲ ଗୟଳ ଚିରଟ ପରେ ଚକା ବାନ୍ଦେଣି ପାଇଁ ଗର କାଠ ଗଡ଼ କାମ ଆରମ୍ଭ କରିଛନ୍ତି । ଦୋଳବେଦୀ କମାର ଶାଳରେ ତିନିରଥର ଓଝା ସେବକମାନେ ତିନି ରଥ ପାଇଁ ଗୟଳ କଣ୍ଟା ଯୋଖା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details