ଓଡିଶା

odisha

RathaKhala Halchal

ETV Bharat / videos

RathaKhala Halchal: ଚଉତା କାଠର ଦୁଇ ମୁହଁରେ ହେଲା ବିନ୍ଧ ଅନୁକୂଳ

By

Published : May 18, 2023, 4:27 PM IST

ପୁରୀ: ମହାପ୍ରଭୁ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନିରଥର ବାକିଥିବା ୪ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ବଜ ରଥର ଶେଷ ଦୁଇଟି ଚକର ତୁମ୍ବ ଅରରେ ପଇ ସଂଯୋଗ ପୂର୍ବକ ପଇରେ କିଳା ବାଡ଼ିଆ ସହ ପଇ ପଇ ସଂଯୋଗ ସ୍ଥଳରେ କାପ ବା କଳଶା କାର୍ଯ୍ୟ ଜାରି ରହିଛି। ସେହିପରି ଦର୍ପଦଳନ ରଥ ଏବଂ ନନ୍ଦିଘୋଷ ରଥର ଶେଷ ଚକ ଦ୍ବୟର ତୁମ୍ବ ଅରରେ ପଇ ପିନ୍ଧା ସରି ପଇ କଳଶା କାର୍ଯ୍ୟ ଜାରି ରହିଛି । ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ଗୋଟିଏ ଗୋଟିଏ ପଡି ନାହାକା ଅଖର ଆଁସ ମରା କାର୍ଯ୍ୟ ଚାଲୁ ରହିଛି । ଆଜି ସୁଦ୍ଧା ତିନି ରଥର ଅଖ ଏବଂ ଚକ ନିର୍ମାଣ ଶେଷ ହେବ ବୋଲି ସୂଚନ ମିଳିଛି । 

ଏହା ବି ପଢନ୍ତୁ- ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ତିନି ରଥର ୧୨ ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ସମସ୍ତ ଚଉତାର ଦୁଇ ମୁହଁ କାପ କରାଯାଇଛି। ଚଉତା କାଠର ଦୁଇ ମୁହଁରେ ବିନ୍ଧ ଅନୁକୂଳ କାର୍ଯ୍ୟ ହେବ । ସେଥିପାଇଁ ତିନିରଥର ମହାରଣାମାନେ ଚଉତାଗୁଡିକରେ ମାପ ଚିହ୍ନ ମାରିଛନ୍ତି । ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣ ପାଇଁ ୪ଟି ଲେଖାଁଏ ଚଉତା କାଠ ଆବଶ୍ୟକ ହୋଇଥାଏ ।  ଏହା ରଥର ଚାରି ନାହାକା ଉପରେ ସଂଯୋଗ କରଯାଇଥାଏ । ତିନିରଥର କରତି ସେବକମାନେ ତାଳଧ୍ବଜ ରଥର ୪୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଶେଷ କରିଛନ୍ତି ।  

ଏହା ବି ପଢନ୍ତୁ-  ଓଡିଶା ପାଇବ ପ୍ରଥମ ବନ୍ଦେ ଭାରତ ଟ୍ରେନ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ପୋଲ ଗୟଳ କାଠର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଆରମ୍ଭ ହେବ । ତିନି ରଥର ରୂପକାର ସେବକମାନେ ତିନିରଥର କୋଣ ଗୁଜ ଗୁଡିକରେ ରୂପ କାର୍ଯ୍ୟ ଖୋଦେଇ ସହ ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ତିନିରଥ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details