ଓଡିଶା

odisha

paragliding with scooty

By ETV Bharat Odisha Team

Published : Dec 15, 2023, 9:39 PM IST

ETV Bharat / videos

ଇଲେକ୍ଟ୍ରିକ ସ୍କୁଟରରେ ପାରାଗ୍ଲାଇଡିଂ କଲେ ଯୁବକ, ଭିଡିଓ ଭାଇରାଲ

ସିମଲା:ସାଧାରଣତଃ ହିମାଚଳପ୍ରଦେଶକୁ ଆସୁଥିବା ଅନେକ ପର୍ଯ୍ୟଟକଙ୍କୁ ଦୁଃସାହାସିକ ପାରା ଗ୍ଲାଇଡିଂ କରୁଥିବା ଦେଖିବାକୁ ମିଳେ । ହେଲେ ଆଜିର ଦୃଶ୍ୟ ଥିଲା କିଛି ନିଆରା । ଆକାଶରେ ପାରାଗ୍ଲାଇଡିଂ କରୁଥିବା ସମୟରେ ଜଣେ ଯୁବକଙ୍କ ସହିତ ଉଡୁଥିଲା ସ୍କୁଟର । ଯାହାକୁ ଦେଖି କିଛି ସମୟ ରହିଯାଇଥିଲେ ଦେଖଣାହାରୀ । ହିମାଚଳ ପ୍ରଦେଶ ବିଳାସପୁରରେ ଜଣେ ପଞ୍ଜାବ ପର୍ଯ୍ୟଟକଙ୍କୁ ଏପରି କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିବା ବେଳେ ଲୋକେ ଏହାକୁ ନିଜ ମୋବାଇଲ ଫୋନରେ କଏଦ କରିଥିଲେ । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପାଇଲଟ ହର୍ଷ କହିଛନ୍ତି ଯେ ଏପରି ସ୍କୁଟର ସହିତ ପାରା ଗ୍ଲାଇଡିଂ ପ୍ରଥମ ଥିଲା । ସ୍କୁଟର ସହିତ ପାରାଗ୍ଲାଇଡିଂ ସଫଳ ହେବା ପରେ ପାଇଲଟ ହର୍ଷ ବେଶ ଖୁସିବ୍ୟକ୍ତ କରିଛନ୍ତି । 

ଏହା ବି ପଢନ୍ତୁ- ପାରାଗ୍ଲାଇଡିଂର ମଜା ନେଉଛନ୍ତି 71ବର୍ଷିୟା ବୃଦ୍ଧା, ଦେଖନ୍ତୁ ଭିଡିଓ

ABOUT THE AUTHOR

...view details