ଓଡିଶା

odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

ETV Bharat / videos

ମାଲକାନଗିରିରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

By ETV Bharat Odisha Team

Published : Dec 29, 2023, 9:14 AM IST

Parikrama Project Inauguration Invitation: ମାଲକାନଗିରି: ଆସନ୍ତା ପୌଷ ଶୁକ୍ଳ ସପ୍ତମୀ ତିଥି ଆର୍ଥାତ 17 ଜାନୁୟାରୀ 2024ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ପୁରୀରେ ଭବ୍ୟ ଆୟୋଜନ କରାଯାଇଛି  । ଦେଶ ବାହାର ତଥା ଦେଶ ଭିତର ଓ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଦିବସରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି ।  

ମାଲକାନଗିରି ଜିଲ୍ଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପାଇଁ ଗତକାଲି(ଗୁରୁବାର) ପୁରୀରୁ ଏକ ସ୍ବତନ୍ତ୍ର ଚାରି ଜଣିଆ ପ୍ରତିନିଧି ଦଳରେ ନୋଡ଼ାଲ ଅଧିକାରୀ, ପୁରୀ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ଏବଂ ଦଳର ସଦସ୍ୟ ଭାବେ ସେବାୟତ କେଦାରନାଥ ପ୍ରତିହାରୀ, ଲୋକନାଥ ପ୍ରତିହାରୀ ଓ ଚନ୍ଦ୍ରଶେଖର ଖୁଣ୍ଟିଆ ପହଞ୍ଚିଥିଲେ । ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ମାଲକାନଗିରି  ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ମାଉସୀ ମା' ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ମାଉସୀ ମା' ମନ୍ଦିର ଠାରୁ ବାଜା, ମହୁରୀ, ହୁଳହୁଳି, ଶଙ୍ଖନାଦ ଓ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।  

ତେବେ ପ୍ରତିନିଧି ଦଳଙ୍କୁ ସ୍ବାଗତ କରିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମାଲକାନଗିରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ବ୍ରଜ କିଶୋର ପାଳ, ପୂଜକ ସନ୍ତୋଷ ନନ୍ଦ, ମାଉସୀ ମା' ମନ୍ଦିର ପରିଚାଳନା କମିଟି ସଭାପତି ବଳରାମ ପଣ୍ଡା ଓ ପୂଜକ ଦେବେନ୍ଦ୍ରନାଥ ପୂଜାରୀ, ବଡ ଯାତ୍ରା ବଡ ଠାକୁର ମୁଖ୍ୟ ପୂଜକ ତ୍ରିନାଥ ରାଜୁଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ଓ ମାଉସୀ ମା' ମନ୍ଦିରର ପୂଜକ ଓ ପରିଚାଳନା କମିଟିର ମୋଟ ଚାରି ଜଣଙ୍କୁ ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ନିମନ୍ତେ ଜିଲ୍ଲାର ବଣ୍ଡା, କୋୟା, ଦୁରୁଆ ନୃତ୍ୟ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମା ମଝିଘରିଆଣୀଙ୍କୁ ନିମନ୍ତ୍ରଣ

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details