ଓଡିଶା

odisha

iic and asi caught by vigilance

ETV Bharat / videos

ବାଲେଶ୍ଵର ପୋଲିସର ପୋଲ ଖୋଲିଲେ ବ୍ୟବସାୟୀ - ବାଲେଶ୍ଵର ପୋଲିସ

By

Published : Jul 22, 2023, 9:56 AM IST

ବାଲେଶ୍ଵର:ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ ପଡିଥିବା ଘଟଣା । ଏନେଇ ଅଭିଯୋଗକାରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୋଲିସ କେମିତି ବଟି ପାଇଁ ତାଙ୍କୁ ହଇରାଣ କରିଛି ସେନେଇ ସେ ବିସ୍ତୃତ ଭାବେ କହିଛନ୍ତି । ପୋଲିସ ତାଙ୍କୁ ଦେଇଥିବା ମାନସିକ ଓ ଆର୍ଥିକ ନିର୍ଯାତନାର ହ୍ଵାଟସଆପ ଚାଟିଂ ଓ ଅନଲାଇନରେ ଟଙ୍କା ପଠାଇ ଥିବାର ପ୍ରମାଣ ମଧ୍ୟ ସେ ଦେଖାଇଛନ୍ତି । 

ଚାନ୍ଦିପୁର ଥାନା ଅଧିନରେ ଉକ୍ତ ବ୍ୟବସାୟୀ ନବ ରାୟଙ୍କ ମାଛ, ଚିଙ୍ଗୁଡ଼ି ବ୍ୟବସାୟ ସହ ବାଲେଶ୍ଵରରେ ତିନୋଟି ସ୍ଥାନରେ ସରକାରୀ ମଦ ଦୋକାନ ରହିଛି । ଏଥିପାଇଁ ଚାନ୍ଦିପୁର ପୋଲିସ, ସଦର ଥାନା ପୋଲିସ ବିଭିନ୍ନ ସମୟରେ ନବଙ୍କୁ ଧମକାଇ ମାସିକିଆ ବଟି ଦେବାପାଇଁ ଚାପ ପକାଇ ଥାଆନ୍ତି । କିଛି ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ନବଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବାସହ ମାସିକିଆ ବଟି ଦେବା ପାଇଁ ପୋଲିସ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି ।

    ଏହା ମଧ୍ୟ ପଢନ୍ତୁ- ମଦ ବ୍ୟବସାୟଙ୍କଠାରୁ ଲାଞ୍ଚ ନେଉଥିଲେ 2 ପୋଲିସ, ମାଡି଼ ବସିଲା ଭିଜିଲାନ୍ସ

କିଛି ପୋଲିସ ଅଧିକାରୀ ଖାଲି ଯେ ଟଙ୍କା ନେଉଥିଲେ ତାହା ନୁହେଁ ବରଂ ଦାମୀ ଦାମୀ ମଦ ମଧ୍ୟ ନେଉଥିଲେ ବୋଲି ନବ ଅଭିଯୋଗ କରିଛନ୍ତି । ଏମିତି ପୋଲିସ ବାରମ୍ବାର ନବଙ୍କୁ ମାସିକିଆ ବଟି ଦେବା ପାଇଁ ବାଧ୍ୟ କରିଥିବା ବେଳେ ଏହାକୁ ନେଇ କିଛିଦିନ ଆଗରୁ ପୋଲିସ ଏକ ମିଛ ମର୍ଡର କେଶରେ ତାଙ୍କୁ ଫସାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ପୋଲିସ ମିଛ କେଶରେ କାଳେ ଫସାଇ ଦେବ ବୋଲି ଭାବି ନବ ପୋଲିସକୁ ବଟି ଦେବାପାଇଁ ରାଜି ହୋଇଥିବା କଥା ସେ କହିଛନ୍ତି । ବ୍ୟବସାୟୀଙ୍କ ଏମିତି ଅଭିଯୋଗ ପରେ ବାଲେଶ୍ଵର ଜିଲ୍ଲା ପୋଲିସର ଏମିତି ବଟି ମାଗିବା କଥା ପଦାରେ ପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details