ଓଡିଶା

odisha

ରାଷ୍ଟ୍ରପତିଙ୍କ ଶିକ୍ଷକଙ୍କ ଆନ୍ଦୋଳନ

By ETV Bharat Odisha Team

Published : Sep 29, 2023, 2:00 PM IST

ETV Bharat / videos

ମାଟି କାରିଗରଙ୍କୁ ମିଳୁନି ହକ୍‌, ଆନ୍ଦୋଳନକୁ ଓହ୍ଲାଇଲେ ରାଷ୍ଟ୍ରପତିଙ୍କ ଶିକ୍ଷକ

ଭୁବନେଶ୍ବର: ଆନ୍ଦୋଳନରେ ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି କାରିଗରଙ୍କ ହକ ପାଇଁ ରାଜଧାନୀ ଭୁବନେଶ୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ ଶିକ୍ଷକ ବାସୁଦେବ ବେହେରା ଆନ୍ଦୋଳନରେ ବସିଛନ୍ତି । କୌଳିକ ବୃତ୍ତି ବଞ୍ଚାଇବା ଦାବିରେ ରାସ୍ତାକୁ ଓହ୍ଳାଇଛି କୁମ୍ଭାରକୁଳ । ରାଷ୍ଟ୍ରପତିଙ୍କ ଶିକ୍ଷକ ସେହି ସମ୍ପ୍ରଦାୟ ହୋଇଥିବାରୁ ମୟୁରଭଞ୍ଜରୁ ଆସି ରାଜଧାନୀରେ ମାଟି କାରିଗର ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।  ମୋ ଜାତିର ସୁରକ୍ଷା ପାଇଁ ଗାନ୍ଧୀମାର୍ଗରେ ଧାରଣା ଦେଇଛି ଆଶା ଆମ ଦାବି ଶୁଣିବେ ରାଜ୍ୟ ସରକାର ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ ପିଲାଦିନ ଶିକ୍ଷକ । 

ରାଜ୍ୟ କୁମ୍ଭାର ସଂଘ 6 ଦଫା ଦାବି ନେଇ ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି । ରାଷ୍ଟ୍ରପତିଙ୍କ ପିଲାଦିନ ଶିକ୍ଷକ ମଧ୍ୟ ଆମର ଦାବି ପୂରଣ ହେଉ ଲେଖା ଥିବା ପ୍ଲାକାର୍ଡ ହାତରେ ଧରି ଧାରଣାରେ ବସିଛନ୍ତି । କୁମ୍ଭାକାରମାନେ କିଛି ପାଇନଥିବାବେଳେ ମାଟି ବୋର୍ଡ ଗଠନ ସହ କାରିଗରଙ୍କୁ ଭତ୍ତା, ବିନା ସୁଧରେ ଋଣ ଦେବାକୁ ଦାବି କରିଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି ବୋର୍ଡ ଗଠନ ମାଧ୍ୟମରେ ଆମ ସମସ୍ୟାର ସମାଧାନ ହେବାର ସମ୍ଭାବନନା ଥିବା ବେଳେ ଏହି ଦାବିକୁ ଦ୍ରୌପଦୀକୁ ଜଣାଇଛି । ସେ ହସ ହସ ମୁହଁରେ ଗ୍ରହଣ କରିଥିଲେ । ତାଙ୍କ ଉପରେ ସମ୍ପୂର୍ଣ୍ଣ ରାଷ୍ଟ୍ରର ଗୁରୁ ଦାୟିତ୍ୱ ଥିବା ବେଳେ ଆମେ ଏନେଇ ତାଙ୍କୁ କେବେ ଚାପ ପକାଇନାହୁଁ । ସେ ଜଣେ ଅନନ୍ୟ ଓ ଅସାଧାରଣ ପ୍ରତିଭାର ଅଧିକାରିଣୀ ତାଙ୍କୁ ଭିଡ଼ରୁ ବାରି ଦେଉଥିଲା । ଭଗବାନ କରନ୍ତୁ ସେ ସବୁବେଳେ ଖୁସିରେ ରହୁ ଆଉ ଭାରତ ବର୍ଷର ଗୁରୁ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାନ୍ତୁ । ସର୍ବୋପରି ତାଙ୍କୁ ପାଠ ପଢ଼ାଇ ମୁଁ ଏକ ସୌଭାଗ୍ୟ ପାଇଛି ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ୧୯୬୯ ଓ ୧୯୭୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାସୁଦେବ ବେହେରାଙ୍କ ପାଖରେ ପାଠ ପଢିଥିଲେ ।

ଏହା ବି ପଢନ୍ତୁ...କର୍ମ ବଳରେ ଅପୂର୍ବ ସଫଳତା ପାଇଛନ୍ତି ଦ୍ରୌପଦୀ ମୁର୍ମୁ: ରାଷ୍ଟ୍ରପତିଙ୍କ ଶିକ୍ଷକ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details