ଓଡିଶା

odisha

ମହାମହିମଙ୍କୁ ପସନ୍ଦ ବୁଣାକାରଙ୍କ ହାତ ତିଅରି ଶାଢ଼ୀ

By

Published : Jul 27, 2023, 6:47 PM IST

ETV Bharat / videos

President Droupadi Murmu: ରାଜଧାନୀରେ ସପିଂ କଲେ ମହାମହିମ, କିଣି ନେଲେ ବୁଣାକାରଙ୍କ ହାତ ତିଅରି ଶାଢ଼ୀ ଓ ସୁଟ୍‌

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଓଡ଼ିଆର ପରମ୍ପରା ବହନ କରୁଥିବା ଶାଢ଼ୀ କିଣି ସାଙ୍ଗରେ ନେଇଛନ୍ତି । ଭୁବନେଶ୍ୱରରେ ଥିବା ମେହେର ଶାଢ଼ୀ ସୋ' ରୁମରୁ ରାଷ୍ଟ୍ରପତି ୬ ଖଣ୍ଡ ଶାଢ଼ୀ ସହ ୬ ଖଣ୍ଡ ସୁଟ୍‌ପିସ ନେଇଛନ୍ତି । ଓଡ଼ିଶାର ବୁଣାକାରମାଙ୍କ ହାତ ତିଆରି ସମ୍ବଲପୁରୀ କୋଟପାଟ, କୁମ୍ଭ ଶାଢ଼ୀ, ବମଙ୍କେଇ, ଖଣ୍ଡୁଆ ପାଟ ଭଳି ବିଭିନ୍ନ ଡିଜାଇନର ଶାଢ଼ୀ କିଣିଛନ୍ତି । ଓଡ଼ିଶାର ଝିଅ ହୋଇଥିବାରୁ ସେ ସବୁବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପରିକ ବିଶେଷ କରି ପଶ୍ଚିମ ଓଡ଼ିଶାର ପାରମ୍ପରିକ ଶାଢ଼ୀକୁ ବେଶୀ ପସନ୍ଦ କରନ୍ତି ଆଉ ପିନ୍ଧିଥାନ୍ତି ମଧ୍ୟ । ତେଣୁ ଏହି ଶାଢ଼ୀ ପିନ୍ଧିବା ପାଇଁ ଆଗରୁ ସେ ସୋ' ରୁମ ସହ ଯୋଗାଯୋଗ କରିଥିବା ବେଳେ ମ୍ୟାନେଜେର କିଶୋର ଚନ୍ଦ୍ର ମେହେରଙ୍କ ସମେତ ଜଣେ ସହଯୋଗୀ ଯାଇ ରାଜଭବନରେ ଏହି ଶାଢ଼ୀ ରଷ୍ଟ୍ରପତିଙ୍କୁ ଦେଇଛନ୍ତି ।  

ସୋ' ରୁମର ମ୍ୟାନେଜେର କିଶୋର ଚନ୍ଦ୍ର ମେହେର କହିଛନ୍ତି,"ଓଡ଼ିଆ ଝିଅ ଭାବେ ଆମ ବୁଣାକାରଙ୍କ ଶାଢ଼ୀକୁ ପସନ୍ଦ କରିଥିବାରୁ ଆମେମାନେ ଖୁସି ଓ ଗର୍ବିତ । ମହାମହିମ ରାଷ୍ଟ୍ରପତି ମନ୍ତ୍ରୀ ଓ ରାଜ୍ୟପାଳ ଥିବା ବେଳେ ମଧ୍ୟ ଆସି ଆମ ଦୋକାନରୁ ତାଙ୍କ ପସନ୍ଦର ଶାଢ଼ୀ କିଣୁଥିଲେ । ଓଡି଼ଶା ଏବଂ ବୁଣାକରଙ୍କ ପ୍ରତି ତାଙ୍କର ଅନୁରାଗ ଦେଖି ପ୍ରତିଟି ଓଡ଼ିଆ ମଧ୍ୟ ଗର୍ବିତ ।" ଏହାକୁ ନେଇ ବ୍ୟବସାୟୀଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ଦେବସ୍ମିତା ରାଉତ । 
 

ଇଟିଭି ଭାରତ, ଭୁବନେଶ୍ବର
 

ABOUT THE AUTHOR

...view details