କାର୍ତ୍ତିକ ବ୍ରତ ପ୍ରସ୍ତୁତି, ଧବଳେଶ୍ବରରେ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା - କାର୍ତ୍ତିକ ପଞ୍ଚୁକ ବ୍ରତ ପାଇଁ ପ୍ରସ୍ତୁତି ବୈଠକ
Published : Oct 12, 2023, 10:23 PM IST
କଟକ:ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠରେଚଳିତ କର୍ତ୍ତିକ ମାସ ପୂଜା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଚଳିତମାସ 29 ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଏହା ଏକ ମାସ ଧରି ଚାଲିବାକୁ ଥିବା ବେଳେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିବ । ଏହାକୁ ଦୃଷ୍ଟିରେ ରଖି ଆଠଗଡ଼ ବାବା ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚୁକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ।
ଏହି ବୈଠକରେ କଟକ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସେବାୟତମାନେ ଯୋଗ ଦେଇଥିଲେ । ନିଷ୍ପତ୍ତି କ୍ରମେ ନଭେମ୍ବର ମାସ 25 ତାରିଖରେ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା ପାଳନ କରାଯିବ ଏବଂ ଏହି ଅବସରରେ ବାବା ବଡ ସିଂହାର ବେଶ କରାଯିବା ସହ ମଧ୍ୟରାତ୍ରୀରେ ଧବଳେଶ୍ଵରଙ୍କ ପାଖରେ ପ୍ରସିଦ୍ଧ ଗଜଭୋଗ ଲାଗି କରାଯିବ । ଏବଂ 26 ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ ।
ଏହା ମଧ୍ୟ ପଢନ୍ତୁ...ମା’ଙ୍କ ଆଗମନ ପାଇଁ ଧବଳ ବର୍ଣ୍ଣ ଧାରଣ କରିଛି ଧରା, ଖିଲି ଖିଲି ହସୁଛି କାଶତଣ୍ଡୀ
ତେବେ ଚଳିତ ବର୍ଷ ମହାନଦୀରେ ସ୍ଥାୟୀ ପୋଲର କାର୍ଯ୍ୟକ୍ଷମ ହୋଇଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କର ସଂଖ୍ୟା ବୃଦ୍ଧି ହେବ ବୋଲି ପ୍ରଶାସନ ଆକଳନ କରିଛି । ଏଥିପାଇଁ ପଞ୍ଚୁକ ଓ ବଡ଼ ଓଷା ସମୟରେ ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବତନ୍ତ୍ର ଭାବେ ବାରିକେଟର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।
ଇଟିଭି ଭାରତ,କଟକ