ଓଡିଶା

odisha

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

By ETV Bharat Odisha Team

Published : Dec 14, 2023, 9:09 PM IST

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ବାଲେଶ୍ବର: ଜିଲ୍ଲା ଜଳେଶ୍ବର ସ୍ଥିତ ଗୋପିକିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ଅବହେଳା ପାଇଁ ପ୍ରସୂତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ପ୍ରସବ ପାଇଁ ସମ୍ପୃକ୍ତ ଡାକ୍ତର ଟଙ୍କା ମାଗିଥିବା ବେଳେ ପରିବାର ଲୋକ ଡାକ୍ତରଙ୍କୁ ଟଙ୍କା ନଦେବାରୁ ଡାକ୍ତର ଅସ୍ତ୍ରୋପଚାରରେ ଅବହେଳା କରିଥିଲେ ଏବଂ ଏଥି ଯୋଗୁଁ ଉକ୍ତ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଜଳେଶ୍ବର ସ୍ଥିତ ଗୋପିକିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦିଲ୍ଲୀପ କୁମାର ପାତ୍ର ଗତକାଲି ରାତିରେ ଇକିଡା ଗ୍ରାମର ପ୍ରସୂତି ମହିଳାଙ୍କର ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ । 

ଏହା ମଧ୍ୟ ପଢନ୍ତୁ ... ପୁଣି ଜନନୀ ଯନ୍ତ୍ରଣା: ଆସିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ

ପରେ ପ୍ରସୂତି ଜଣକ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ୬ ହଜାର ଟଙ୍କା ମାଗିଥିବା ବେଳେ ଟଙ୍କା ନଦେବାରୁ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ହସ୍ପିଟାଲ ପରିସରରେ ପୋଲିସ ମୁତୟନ ହୋଇଛି । ମୃତକ ଜଣକ ଇକିଡା ଗ୍ରାମର ଝୁନି ନାଏକ ବୋଲି ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details