ଦୀପାବଳି ପୂର୍ବରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ
Published : Nov 7, 2023, 9:27 AM IST
ବ୍ରହ୍ମପୁର:ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବେଆଇନ୍ ବାଣ ଜବତ କରିଛି ପୋଲିସ୍। ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି । ସହରର ବଡବଜାର ଥାନା ପୋଲିସ ପକ୍ଷରୁ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ରାଧାକାନ୍ତ ସାହିରେ ରହୁଥିବା ରବି ଜେନା ନାମକ ଯୁବକ ନିଜର ଓଟୋ ରିକ୍ସାରେ ବାଣ ବୋଝେଇ କରି ନେଉଥିଲେ । ସେହି ସମୟରେ ପୋଲିସ ଓଟୋ ରିକ୍ସା ସହିତ ବିପୁଳ ପରିମାଣର ବାଣକୁ ଜବତ କରିଛି । ସେହିପରି ବଡବଜାର ଥାନା ଅନ୍ତର୍ଗତ ପଣ୍ଡିତ ସାହିରେ ରହୁଥିବା ଏମ୍ .ସୂର୍ଯ୍ୟ ନାରାୟଣ ବିପୁଳ ପରିମାଣର ବାଣ ନିଜ ଭଡା ଘରେ ଗଚ୍ଛିତ ରଖିଥିବା ବେଳେ ତାହାକୁ ଜବତ କରିଛି ପୋଲିସ । ସେହିପରି ରାଜମା ସାହିର ପିତାମ୍ୱର ସେଠୀ ମଧ୍ୟ ନିଜର ଭଡା ଘରେ ବାଣକୁ ଗଚ୍ଛିତ କରି ରଖିଥିବା ବେଳେ ତାହାକୁ ପୋଲିସ ଜବତ କରିଛି । ତେବେ ଦୀପାବଳି ପୂର୍ବରୁ ସହର ସମେତ ସହର ଉପକଣ୍ଠରେ ବେଆଇନ ଭାବରେ ବାଣ ବ୍ୟବସାୟ ହେଉଥିବାର ନଜୀର ରହିଛି ।
ଏହା ମଧ୍ୟ ପଢନ୍ତୁ-ବେଆଇନ ବାଣ ବିକ୍ରି ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଟଣୀରୁ ୨ ଗିରଫ
ଇଟିଭି ଭାରତ, ବ୍ରହ୍ମପୁର