ଓଡିଶା

odisha

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି, ପୁଷ୍କରରେ ବ୍ରହ୍ମା ମନ୍ଦିରରେ କଲେ ପୂଜାର୍ଚ୍ଚନା

By

Published : May 31, 2023, 5:23 PM IST

ETV Bharat / videos

PM Modi in Rajasthan: ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଜୟପୁର:ରାଜସ୍ଥାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ପୁଷ୍କର ସ୍ଥିତ ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପରେ ସେ ଆଜମେର ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଜେପିର ପ୍ରଚାର ଅଭିଯାନର ଆରମ୍ଭ ବୋଲି ମଧ୍ୟ କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଆଜି ଆଜମେର ଜନସଭା କାର୍ଯ୍ୟକ୍ରମରେ ମୋଟ 45 ବିଧାନସଭା ଆସନ ଓ 8 ଲୋକସଭା ଆସନର ଦଳୀୟ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବେ । ଆଜି ଆଜମେରରେ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ‘ମହା ଜନସମ୍ପର୍କ’ ଯାତ୍ରାକୁ ଶୁଭାରମ୍ଭ କରିବେ । ଯାହା ଆଜି (ମେ’31) ଠାରୁ ଆରମ୍ଭ ହୋଇ ଆସନ୍ତା ମାସ (ଜୁନ) 30 ତାରିଖରେ ଶେଷ ହେବ । କେନ୍ଦ୍ରରେ ମୋଦି ସରକାର 9 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । 

ABOUT THE AUTHOR

...view details