ଓଡିଶା

odisha

ଦୃଷ୍ଟିହୀନ ଭିକ୍ଷୁକଙ୍କ କଣ୍ଠରେ ବିଜେ ସରସ୍ବତୀ

ETV Bharat / videos

ଦୃଷ୍ଟିହୀନ ଭିକ୍ଷୁକଙ୍କ କଣ୍ଠରେ ବିଜେ ସରସ୍ବତୀ, ଦେଖି ପାରୁନି ପ୍ରଶାସନ ! - ମେରୁ ନାୟକ ଜଣେ ଦୃଷ୍ଟି ବାଧିତ ଓ ଭିକ୍ଷୁକ

By

Published : Aug 16, 2023, 6:50 PM IST

ଖୋର୍ଦ୍ଧା: ସେ ଜନ୍ମରୁ ଦୃଷ୍ଟିହୀନ । ପିଲାଟି ବେଳରୁ ଗରିବୀର କସଟି ପଥରରେ ନିଜ ଭାଗ୍ୟକୁ କଷି ଆସୁଛନ୍ତି । ବାପା ମାଆ ଚାଲିଯିବା ପରେ ପେଟକୁ ଖାଦ୍ୟ ଗଣ୍ଡେ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲା । ଆଉ ଇଚ୍ଛା ନଥିଲେ ମଧ୍ୟ ନିଜ ପାଇଁ ଓ ପତ୍ନୀଙ୍କ ପାଇଁ ଭିକ୍ଷାବୃତ୍ତିକୁ ଆପଣେଇ ନେଲେ ମେରୁ ନାୟକ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତ ତାଳତୁମ୍ବ ଗ୍ରାମର ମେରୁ ନାୟକ ପିଲାଟି ବେଳୁ ଦୃଷ୍ଟି ବାଧିତ । ଏହି କାରଣରୁ କୌଣସି କାମ କରିବାକୁ ସେ ଅକ୍ଷମ । ତେଣୁ ସେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିଜ ସତ୍ୟବାନର ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ବାସନ୍ତି, ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ

ମେରୁ ନାୟକ ଜଣେ ଦୃଷ୍ଟି ବାଧିତ ଓ ଭିକ୍ଷୁକ ସତ, କିନ୍ତୁ ତାଙ୍କ କଣ୍ଠରେ ମା' ସରସ୍ଵତୀ ବିଜେ କରିଛନ୍ତି । ପାଠ ପଢ଼ିନଥିବା ମେରୁ ମୋବାଇଲରୁ ଗୀତ ଶୁଣି ସେହି ଗୀତକୁ ତାଙ୍କ ସୁମଧୁର କଣ୍ଠରେ ଗାଇ ଭିକ୍ଷା ମାଗିଥାନ୍ତି । ସରକାର ମେରୁଙ୍କ ଭଳି ଲୋକଙ୍କ ପାଇଁ କାହିଁ କେତେ ଯୋଜନା କରିଛନ୍ତି । କିନ୍ତୁ ମେରୁ କେବଳ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଚାଉଳ ଗଣ୍ଡାଏ ବିନା ଆଉ କିଛି ପାଇନଥିବା କହିଛନ୍ତି । ଭଙ୍ଗା ମାଟିକାନ୍ଥ କେତେବେଳେ ଯେ ମୁଣ୍ଡ ଉପରେ ପଡିନଯିବ, ସେକଥା କିଏ କହିବ । ବର୍ଷା ହେଲେ ପାଣି ଗଳୁଥିବା ଚାଳ ଛପର ଘରଟିର ମରାମତି ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ଆଉ ପ୍ରତିଦିନ ଭିକ୍ଷାବୃତ୍ତିରୁ ଯାହା ମିଳେ, ଦୁଇପ୍ରାଣୀ ତେଲ ଲୁଣ କରି ଚଳି ଯାଉଥିବା କହିଛନ୍ତି ମେରୁ । କିନ୍ତୁ ମେରୁ ଏଭଳି ଦୟନୀୟ ଅବସ୍ଥାରେ ଭଙ୍ଗା ଚାଳ ଛପର ମାଟିଘରେ ରହୁଥିଲେ ମଧ୍ୟ କିପରି ସ୍ଥାନୀୟ ପ୍ରଶାସନ ତାଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇ ପାରୁନି, ତାହା ଆଶ୍ଚର୍ଯ୍ୟ କରୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details