ଓଡିଶା

odisha

ହାଇକୋର୍ଟରେ ପହଞ୍ଚିଲା ରତ୍ନଭଣ୍ଡାର ମାମଲା

ETV Bharat / videos

ହାଇକୋର୍ଟରେ ପହଞ୍ଚିଲା ରତ୍ନଭଣ୍ଡାର ମାମଲା, ପ୍ରଶ୍ନକୁ ଗତକାଲି ଏଡ଼ାଇଯାଇଥିଲେ ମନ୍ତ୍ରୀ - ବିଜେପି ନେତା ସମୀର ମହାନ୍ତି

By

Published : Jun 30, 2023, 8:44 PM IST

ପୁରୀ/କଟକ: ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଆବେଦନ କରାଯାଇଛି । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଅନୁଯାୟୀ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ସେ ଆବେଦନ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜାଇଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ସହ ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ସମୀର ମହାନ୍ତି ।

ହାଇକୋର୍ଟର ବୈଷୟିକ କମିଟି ଏବଂ ASI ଚିଠି ସତ୍ତ୍ଵେ ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦଶଙ୍କୁଳ ଅବସ୍ଥାରେ ରଖିବା ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି ସମୀର ମହାନ୍ତି । ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି । 

ସେପଟେ ରତ୍ନଭଣ୍ଡାର ଖୋଲାଯିବା ନେଇ ଗତକାଲି ଆଇନ୍‌ ମନ୍ତ୍ରୀଙ୍କୁ ପଚାରିବାରୁ ଏହା ବିଚାରଧୀନ ରହିଛି କହି ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା । 

ଇଟିଭି ଭାରତ, ପୁରୀ/କଟକ

ABOUT THE AUTHOR

...view details