Ratha Yatra 2023: ରଥଯାତ୍ରାରେ ଭାଇଚାରା ବାର୍ତ୍ତା ବାଣ୍ଟିଲା ସିଲଭରସିଟି - ଥଣ୍ଡା ପାଣି ବାଣ୍ଟିଲେ ମୁସଲିମ ଭାଇ ଭଉଣୀ
କଟକ: ଆଉ କିଛି ସମୟରେ ଆରମ୍ଭ ହେବ ପବିତ୍ର ରଥଯାତ୍ରା । ଏନେଇ ରଥ ପ୍ରସ୍ତୁତ ଥିଲା ବେଳେ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି ପବିତ୍ର ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛି କଟକ । ଉଭୟ ହିନ୍ଦୁ ଓ ମୁସଲିମ ଏହି ରଥଯାତ୍ରାରେ ଲୋକଙ୍କ ସେବା କରିବା ଆରମ୍ଭ କରିଛନ୍ତି । ଭାଇଚାରା ସହରକୁ ପୁଣି ଥରେ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବା ଦିଗରେ ଏମାନେ ରଖିଛନ୍ତି ଏପରି ବାର୍ତ୍ତା । ସିଲଭରସିଟିରେ ପ୍ରଚଣ୍ଡ ଖରା ହେଉଥିବାରୁ ଲୋକମାନଙ୍କୁ ଏହି ଟାଣ ଖରାରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ଘୋଳ ଦହି, ଥଣ୍ଡା ପାଣି ବାଣ୍ଟିବା ଆରମ୍ଭ କରିଛନ୍ତି ହିନ୍ଦୁ ଓ ମୁସିଲମ ଭାଇ ଓ ଭଉଣୀ । ଏହାଦ୍ବାରା ଲୋକମାନେ ଆତ୍ମ ସନ୍ତୋଷ ଜାରି କରିଥିଲା ବେଳେ ଭାଇଚାରା ଶବ୍ଦକୁ ଆହୁରି ମଜଭୁତ କରିଛନ୍ତି ଏମାନେ । ଉଭୟ ସମ୍ପ୍ରଦାୟର ବଡ଼ ପର୍ବ ଆସିଲେ ଉଭୟଙ୍କ ମଧ୍ୟରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥାନ୍ତି ଉଭୟ । ତେବେ ଏଭଳି କାର୍ଯ୍ୟ କରି ବେଶ ଖୁସି ସାଉଁଟିଛନ୍ତି ମୁସଲିମ ଭାଇ ଓ ଭଉଣୀ ।
ଇଟିଭି ଭାରତ, କଟକ