ଓଡିଶା

odisha

patitapabana mangal alati

ETV Bharat / videos

Mangal Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ

By ETV Bharat Odisha Team

Published : Oct 26, 2023, 6:47 AM IST

ପୁରୀ: ଜଗତର ନାଥ ଶ୍ରୀ ଜଗନ୍ନାଥ । ଭାବବିନୋଦିଆ ଠାକୁଆ ସେ । ଜଗତର ମଙ୍ଗଳ ପାଇଁ ପ୍ରତ୍ୟେକ ଦିନ ବଡି ଭୋରରୁ ଶ୍ରୀମନ୍ଦିରରରେ ପତିତପାବନଙ୍କ  ନିକଟରେ କରାଯାଏ ମଙ୍ଗଳ ଆଳତୀ । ବିଶ୍ବାସ ରହିଛି ଏହି  ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମଳ ହୋଇଥାଏ । ଏହି ଆଳତୀ ଦେଖିବାକୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। ସବୁଦିନ ପରି ଆଜି ବି କାଳିଆ ସାଆନ୍ତଙ୍କ ମଙ୍ଗଳ ଆଳତୀ ହୋଇଛି । ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ କରାଯାଇଛି । ପୂଜା ପଣ୍ଡା ହାତରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ କରି ପତିତପାବନ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ନିକଟରେ ଥିବା ଭକ୍ତମାନେ ମଧ୍ୟ ଓଁ ନମଃ ଭଗବତେ ବାସୁଦେବାୟ, ଜୟ ଜଗନ୍ନାଥ ମନ୍ତ୍ରରେ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲେ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details