ଓଡିଶା

odisha

ଭୋଟର ସଚେତନତା ପାଇଁ କେନ୍ଦ୍ରାପଡାରେ ପଥ ଉତ୍ସବ

ETV Bharat / videos

ଭୋଟର ସଚେତନତା ପାଇଁ କେନ୍ଦ୍ରାପଡାରେ ପଥ ଉତ୍ସବ - କେନ୍ଦ୍ରାପଡାରେ ଭୋଟର ସଚେତନା

By ETV Bharat Odisha Team

Published : Oct 28, 2023, 10:56 PM IST

କେନ୍ଦ୍ରାପଡା:ପ୍ରତ୍ୟେକ ଭୋଟ ମୂଲ୍ୟବାନ ତେଣୁ ଭୋଟର ତାଲିକାରେ ରହିଯାଇଥିବା ତ୍ରୁଟିର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରଙ୍ଗୋଲି ମାଧ୍ୟମରେ ସଚେତନତାର ବାର୍ତା ଦେଇଥିଲେ ।ସକାଳ ୮ ଘଟିକା ସମୟରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡ, ବଡ଼ହାଟ, କାକଟ, ନୂଆ ବସଷ୍ଟାଣ୍ଡ ଦେଇ ମୁନିସିପାଲିଟି ଟାଉନହଲ୍‌ଠାରେ ପହଞ୍ଚିଥିଲା ।

 ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ସଚେତନତାର ବାର୍ତା ପ୍ରଚାର କରାଯାଇଥିବା ବେଳେ ବିଭିନ୍ନ ପାରମ୍ପରିକ ଲୋକକଳା ମଧ୍ୟମରେ ଭୋଟର ତାଲିକା ସଂଶୋଧନ ପାଇଁ ବାର୍ତା ଦିଆଯାଇଥିଲା ।ଏହା ସହ ମୁନିସିପାଲିଟି ଟାଉନହଲ୍‌ଠାରେ କଳାକାରମାନେ ନୃତ୍ୟ ମାଧ୍ୟମରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ ।  

ସୂଚନାଯୋଗ୍ୟ ଯେ, ଏହି ସଂଶୋଧନ ପ୍ରକ୍ରିୟା ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବ ବେଳେ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଜାରି ରିହିବ । ଅନଲାଇନ ଯୋଗେ ଫର୍ମ ୬ରେ ନୂତନ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା ଥିବା ବେଳେ ଫର୍ମ ୭ରେ ତାଲିକାରେ ଥିବା ନାମ ବାଦ୍ ପାଇଁ ଓ ଫର୍ମ ୮ରେ ନାମ,ତଥ୍ୟ,ଫଟୋ,ଠିକଣା ସଂଶୋଧନ ପାଇଁ ଆବେଦନ କରିହେବ । ସ୍ୱତନ୍ତ୍ର ପ୍ରଚାର ଦିବସରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ନିକଟରେ ନଭେମ୍ବର ମାସର ୦୫, ୧୧,୧୯ ଓ ୨୫ ତାରିଖରେ ମଧ୍ୟ ଆବେଦନ କରିହେବ ।

ଏହା ମଧ୍ୟ ପଢନ୍ତୁ...ପଥ ଉତ୍ସବ କରି ଯୁବ ଭୋଟରଙ୍କୁ ଆକୃଷ୍ଟ କଲା ଜିଲ୍ଲା ପ୍ରଶାସନ

ଏହି ଉତ୍ସବରେ ଜିଲ୍ଲାପାଳ ଅମ୍ରତ୍ ଋତୁରାଜ କହିଥିଲେ,"ସଚେତନ ନାଗରିକମାନେ ହିଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିପାରିବେ । ତେଣୁ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାର ସମସ୍ତ ଭୋଟଦାତାଙ୍କୁ ଏବଂ ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୧୮ବର୍ଷ ପୁରୁଥିବା ନୂତନ ଭୋଟର୍‌ମାନଙ୍କୁ ଆଗେଇ ଆସି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଆହ୍ୱାନ କରୁଛି । "ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପୀତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ  ପ୍ରମୂଖ ଆଦି ଉପସ୍ଥିତ ଥିଲେ ।
 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details