ଓଡିଶା

odisha

ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ପଥ ମହୋତ୍ସବ

ETV Bharat / videos

ମୁରୁଜରେ ଜଗନ୍ନାଥ

By ETV Bharat Odisha Team

Published : Nov 27, 2023, 9:27 PM IST

ରାଇରଙ୍ଗପୁର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମାଉସୀ ମା' ମନ୍ଦିର ନିକଟରେ 'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ‘ମୁରୁଜରେ ମୋ ଜଗନ୍ନାଥ' କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ପଥ ମହୋତ୍ସବର ବିଷୟବସ୍ତୁ ରହିଥିଲା 'ମୋ ମନର ଜଗନ୍ନାଥ '।ଆୟୋଜିତ ମୁରୁଜ ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୫୦ ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ ।ଏଥିରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀ ତଥା ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ତିଆରି ମୁରୁଜ ଦର୍ଶକଙ୍କ ମନ ମୋହିଥିଲା । ରଙ୍ଗ ବେରଙ୍ଗ ମୁରୁଜରେ ମୁରୁଜ ଦାଣ୍ଡ ସତେ ଯେମିତି ପୁରୀର ବଡଦାଣ୍ଡ ପରି ଦୃଶ୍ୟମାନ ହେଉଥିଲା । ମୁରୁଜ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ରାଇରଙ୍ଗପୁରବାସୀ । 

ଏହି ମନୋରମ ମୁରୁଜ ଦେଖୁବା ପାଇଁ ଦୂର ଦୁରାନ୍ତରୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଶେଷରେ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ଟି ପ୍ରତିଯୋଗୀ ଦଳକୁ ପୁରସ୍କୃତ କରା ଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ "ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ରାଇରଙ୍ଗପୁର ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ଶ୍ରୀକ୍ଷେତ୍ର ପାଲଟିଲା ଜନସମୁଦ୍ର, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ମହାପ୍ରଭୁଙ୍କ ଦର୍ଶନ

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details