ଓଡିଶା

odisha

By

Published : Oct 20, 2022, 8:52 AM IST

Updated : Feb 3, 2023, 8:29 PM IST

ETV Bharat / videos

ଆସୁଛି ବାତ୍ୟା, ସମ୍ଭାବ୍ୟ ସିତ୍ରଙ୍ଗ ନେଇ ପାରାଦ୍ୱୀପବାସୀଙ୍କ ପ୍ରତିକ୍ରିୟା

ପାରାଦ୍ବୀପ: ଅକ୍ଟୋବର ଆସିଲେ ଓଡିଶାକୁ ବାତ୍ୟା ଭୟ ଥାଏ । 1999 ମସିହା ମହାବାତ୍ୟା କଥା ଭାବିଲେ ଆଜି ବି ଥରି ଉଠେ ଛାତି । ଆଉ ଏବେ ପୁଣି ସମ୍ଭାବ୍ୟା ବାତ୍ୟା ସିତ୍ରଙ୍ଗକୁ ନେଇ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଆଇଏମଡି ଆକଳନ ଅନୁସାରେ ଆଜି ସୃଷ୍ଟି ହୋଇଛି ଲଘୁଚାପ । 23ରୁ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟା କେଉଁ ଆଡେ ମୁହାଁଇବ ସ୍ପଷ୍ଟ ହୋଇନଥିଲେ ବି 28 ତାରିଖରେ ପାରାଦ୍ବୀପ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ସିତ୍ରଙ୍ଗ । ତେବେ ବିଶେଷ କରି ବାତ୍ୟା ଆସିଲେ ଉପକୂଳ ଜିଲ୍ଲା ଜଗତସିଂହପୁରକୁ ବିପଦ ଥାଏ । ମହାବାତ୍ୟାର ସାକ୍ଷୀ ଏହି ଜିଲ୍ଲା । ତେବେ ବାତ୍ୟା ସିତ୍ରଙ୍ଗକୁ ନେଇ ଜିଲ୍ଲାବାସୀ ବିଶେଷ କରି ପାରାଦ୍ବୀପବାସୀ କେତେ ସତର୍କ ସମୁଦ୍ର କୂଳିଆ ଲୋକଙ୍କୁ ଥାଇଥାନ ପାଇଁ କଣ ବ୍ୟବସ୍ଥା ହୋଇଛି ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details