ଓଡିଶା

odisha

ପବିତ୍ର ପଣା ସଂକ୍ରାନ୍ତି

ETV Bharat / videos

ପବିତ୍ର ପଣା ସଂକ୍ରାନ୍ତି ପାଇଁ ଚଳ ଚଞ୍ଚଳ ମାଆ ଶାରଳାଙ୍କ ପୀଠ

By

Published : Apr 14, 2023, 7:34 PM IST

ଜଗତସିଂହପୁର: ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଶାରଳାଙ୍କ ପୀଠରେ  ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ । ପ୍ରାତଃରୁ ଦିନ ତମାମ ହଜାରହଜାର ସଂଖ୍ୟାରେ ଭକ୍ତ ମାଆଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପଣା ସଂକ୍ରାନ୍ତି ରେ ମାଆ ଙ୍କୁ ଦର୍ଶନ କଲେ ଅଶେଷ ଜନ୍ମର ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଏନେଇ ଆଜି ଭୋର 4ଟା ସମୟରେ ମାଆଙ୍କ ପହୁଡ଼ ଫିଟା ନୀତି ସମ୍ପାଦିତ ହେବାପରେ ମଙ୍ଗଳ ଆଳତୀ ମଇଲମ, ମନ୍ଦିର ଶୋଧ ପରେ ଅବକାଶ ନୀତି ଆରମ୍ଭ ହୋଇଥିଲା। ପରେ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରସାଦ ସମର୍ପଣ ପରେ ସୁନାବେଶରେ ମାଆ ଦର୍ଶନ ଦେଇଥିଲେ । ଦିନ ଗୋଟାଏ ପର୍ଯ୍ୟନ୍ତ ସାହାଣ ମେଲା ନୀତି ଅବସରରେ ହଜାରହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରିଥିଲେ । ପ୍ରବଳ ଖରା ସତ୍ତ୍ବେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଭକ୍ତଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details