ପୁରୀରେ ପଖାଳ ଦିବସ ପାଳିତ, ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ଜମିଲା ପଖାଳ ଖିଆ
ପୁରୀ: ବିଶ୍ବ ପାଳୁଛି ପାଖାଳ ଦିବସ । ପ୍ରତ୍ୟେକ ଓଡିଆଙ୍କ ଘରେ ଆଜି ଜମିଛି ପଖାଳଙ୍କ କଂସାର ଆସର । ଓଡ଼ିଆ ଘର ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ଓ ଏହାର ଉପାଦେୟତାକୁ ନେଇ ସାରା ବିଶ୍ୱବାସୀଙ୍କୁ ଅବଗତ କରିବା ପାଇଁ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି । ଏଥିପାଇଁ ମଧ୍ୟ ପୁରୀ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ ହେଉଛି ବିଶ୍ୱ ପଖାଳ ଦିବସ । ଏହି ଅବସରରେ ପୁରୀର ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ପାଳନ ହୋଇଚି ବିଶ୍ୱ ପଖାଳ ଦିବସ। ପୁରୀ କୁମ୍ଭାରପଡ଼ା ରେ ଏ ନେଇ ଏକ ସ୍ଵତନ୍ତ୍ର କାର୍ଯକ୍ରମ ଆୟୋଜନ କରାଯାଇ ଥିଲା। ଯୋଗ ଶିକ୍ଷା କେନ୍ଦ୍ର ର କର୍ମକର୍ତ୍ତା, ସଦସ୍ୟ ମାନେ ଏକାଠି ହୋଇ ପଖାଳ ଦିବସ ପାଳନ କରିଛନ୍ତି । ପଖାଳ ଦିବସ ଅବସର ଭଳିକି ଭଳି ସମ୍ପୂର୍ଣ୍ଣ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରାଯାଥିଲା । ଉଷୁନା ପଖାଳ, ଅରୁଆ ପଖାଳ, ଆଳୁ ଭଜା, ପୋଟଳ ଭଜା, ବଡି ଚୁରା, ବିଭିନ୍ନ ଚଟଣୀ, ବିଭିନ୍ନ ପନିପରିବା ଭଜା, ତରକାରୀ ପ୍ରସ୍ତୁତି ହୋଇଥିଲା । ଯାହାକୁ ସମସ୍ତେ ଖାଇ ବେଶ୍ ଖୁସି ହୋଇଥିଲେ। ଆୟୋଜକ କହିଛନ୍ତି ପଖାଳ ହେଉଚି ମହାପ୍ରଭୁଙ୍କ ଖାଦ୍ୟ। ପଖାଳ ଖୁବ୍ ଉପକାରୀ। ଏହା ଦେହ ମନ ଶରୀରକୁ ଥଣ୍ଡା ରଖେ । ବିଶେଷ କରି ଖରା ଦିନେ ପଖାଳ ସେବନ ବେଶ୍ ହିତକାରୀ ।
ଇଟିଭି ଭାରତ, ପୁରୀ