ଓଡିଶା

odisha

ପୋଷ୍ୟ ସନ୍ତାନ ଗ୍ରହଣ

ETV Bharat / videos

ଅସହାୟ ପିଲାଙ୍କୁ ପରିବାର ଯୋଗାଇ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା

By ETV Bharat Odisha Team

Published : Jan 6, 2024, 1:10 PM IST

Orphan childs adoption: ବୌଦ୍ଧ:କୌଣସି ପରିସ୍ଥିତିରେ ନିଜ ପରିବାର ତଥା ପିତାମାତାଙ୍କ ସ୍ନେହରୁ ବଞ୍ଚିତ ସନ୍ତାନଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ବା ପୋଷ୍ଟର କେୟାର ବ୍ୟବସ୍ଥା ଉପଯୋଗୀ ହୋଇପାରିଛି । ରାଜ୍ୟର ଦୁଇଟି ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ୫ଟି ପରିବାର ଏଭଳି ଅସହାୟ ଶିଶୁକୁ ନିଜ ପରିବାରରେ ସାମିଲ କରିଛନ୍ତି । ଫଳରେ ଏହି ଅସହାୟ ଶିଶୁ ପରିବାରର ସ୍ନେହ ପାଇ ପାରିଛନ୍ତି । ଏନେଇ ଶୁକ୍ରବାର ଜିଲ୍ଲା ସଦର ମହକୁମାଠାରେ ପରିବାର ଓ ପୋଷ୍ୟ ସନ୍ତାନଙ୍କୁ ନେଇ ନୂତନ ବର୍ଷ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶାର କେବଳ ବୌଦ୍ଧ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାରେ ଏଭଳି ପରିବାର ପୋଷ୍ୟ ଗ୍ରହଣ ବ୍ୟବସ୍ଥା ବା ପୋଷ୍ଟର କେୟାର ରହିଥିବା ସୂଚନା ମିଳିଛି । 

ପୋଷ୍ୟ ସନ୍ତାନ ଗ୍ରହଣ ଏକ ଲମ୍ବା ପ୍ରକ୍ରିୟା ତଥା ସ୍ଥାୟୀ ବ୍ୟବସ୍ଥା । ତେଣୁ ଜିଲ୍ଲା ଶିଶୁ ସୁରକ୍ଷା ତଥା ଶିଶୁ ମଙ୍ଗଳ ସମିତିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସହିତ ଅସହାୟ ଶିଶୁଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପରିବାରକୁ ଦାୟିତ୍ଵ ଅର୍ପଣ କରାଯାଇଥାଏ । ବୌଦ୍ଧ ଜିଲ୍ଲାରେ ଏଭଳି ୫ଟି ପରିବାର ରହିଥିବା ସୂଚନା ମିଳିଛି । ଜିଲ୍ଲାର ଓ୍ବାଇସିଡିଏ ସଂସ୍ଥା ଜରିଆରେ ଏଭଳି ସାମାଜିକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ତେବେ ପୋଷ୍ଟର କେୟାର ଭଳି ଯୋଜନା ମାଧ୍ୟମରେ ଅସହାୟ ତଥା ପିତାମାତାଙ୍କ ସ୍ନେହରୁ ବଞ୍ଚିତ ସନ୍ତାନଙ୍କୁ ପରିବାର ମଧ୍ୟରେ ଥଇଥାନ କରାଯାଇ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିପାରିଛି ।

ଏହା ମଧ୍ୟ ପଢନ୍ତୁ- ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା, ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୮୮ ଶିଶୁଙ୍କୁ ମିଳିଛି ପରିବାର

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details