ଓଡିଶା

odisha

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ

By

Published : Mar 10, 2023, 11:32 AM IST

ETV Bharat / videos

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ବ୍ରହ୍ମପୁରରେ ବ୍ୟାପକ ବ୍ୟବସ୍ଥା


ବ୍ରହ୍ମପୁର:ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ବ୍ରହ୍ମପୁର ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀମାନଙ୍କୁ କଡାକଡି ଯାଞ୍ଚ କରାଯିବା ପରେ ପରୀକ୍ଷା କେନ୍ଦ୍ରକୁ ଛଡାଯାଉଛି । ଛାତ୍ରାଛାତ୍ରୀ କେବଳ ଆଡମିଟ୍ କାର୍ଡ, ପେନ୍ ଓ ପେନସିଲ ନେଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି । ସୂଚାର ରୂପେ ପରୀକ୍ଷା ପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ପରିସରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରରେ ରହିଥିବା ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକ ସକାଳ ୭ଟାରେ ଖୋଲିଥିବା ବେଳେ ପରୀକ୍ଷାର ଗୋଟିଏ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯାଇଛି । ସରକାରଙ୍କ ପକ୍ଷରୁ କପି ରୋକିବା ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଗୁଡିକର ସୁରକ୍ଷା ଦୃଷ୍ଟିରୁ ନୋଡାଲ ସେଣ୍ଟର ଏବଂ ପରୀକ୍ଷା କେନ୍ଦ୍ରରେ ସୁପରିଚାଳନା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯିବା ସହ କେନ୍ଦ୍ର ପରିସରରେ ପାନୀୟଜଳ ବ୍ୟବସ୍ଥା ଭଳି ସମସ୍ତ ବିଷୟକୁ ଗୁରୁତ୍ୱ ଦିଆଯାଇଛି ।  

ରାଜ୍ୟରେ ଚଳିତ ବର୍ଷ 5 ଲକ୍ଷ 41 ହଜାର 247 ଜଣ ପରାକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଆସନ୍ତା ମାର୍ଚ୍ଚ 20 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ପରୀକ୍ଷା ସମୟ ସକାଳ 8ଟା ଠାରୁ ଆରମ୍ଭ ହୋଇ ସକାଳ 10ଟାରେ ସରିବ । ଗଣିତ ପରୀକ୍ଷା 10.15 ରେ ସରିବ । ରାଜ୍ୟର 3218 ଗୋଟି ପରୀକ୍ଷା କେନ୍ଦ୍ର ଚୟନ ହୋଇଥିବା ବେଳେ ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ମୋଟ 316 ଗୋଟି ନୋଡାଲ ସେଣ୍ଟର କରାଯାଇଛି  । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ରଗୁଡିକରେ କ'ଣ ସବୁ ବ୍ୟବସ୍ଥା ହୋଇଛି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି

ABOUT THE AUTHOR

...view details