ଓଡିଶା

odisha

Winter session of parliament

ETV Bharat / videos

ପାର୍ଲାମେଣ୍ଟରେ ଓଡ଼ିଶା ପ୍ରଶ୍ନ; କୋଷ୍ଟାଲ ହାଇୱେ ପ୍ରକଳ୍ପ ଶୀଘ୍ର ସାରିବାକୁ ବିଜେଡି ସାଂସଦଙ୍କ ଦାବି - mp manas ranjan mangaraj demands on costal highway

By ETV Bharat Odisha Team

Published : Dec 7, 2023, 2:04 PM IST

Updated : Dec 7, 2023, 2:09 PM IST

ରାଜ୍ୟସଭା (ନୂଆଦିଲ୍ଲୀ):ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାରେ ଉଠିଲା ଓଡ଼ିଶା ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ। ଶୀତ ଅଧିବେଶନର ଚତୁର୍ଥ ଦିନରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଓଡିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପ ଶେଷ କରିବାକୁ ରାଜ୍ୟସଭାରେ ଦାବି ଉଠାଇଥିଲେ । ସାଂସଦ ମାନସ ମଙ୍ଗରାଜ କହିଥିଲେ, "ଓଡିଶାରେ 480କିମି କୋଷ୍ଟ ଲାଇନ ରହିଛି । ଯାହା ଉପକୂଳବର୍ତ୍ତୀ ଜିଲ୍ଲାର ଭିତ୍ତିଭୂମି ବିକାଶ ଓ ସମ୍ପୃକ୍ତ ଅଞ୍ଚଳର ଅର୍ଥନୀତି ପାଇଁ ରହିଛି । 2015ରେ କେନ୍ଦ୍ର ସରକାର 346 କିମିର ଏକ କୋଷ୍ଟାଲ ହାଇୱେ ପ୍ରକଳ୍ପ ଘୋଷଣା କରିଥିଲେ । ଯାହା 7ଟି ଉପକୂଳ ଜିଲ୍ଲାକୁ ସଂଯୋଗ କରିବା ଲକ୍ଷ୍ୟ ରହିଥିଲା । ରାମେଶ୍ବରରୁ ରତନପୁରରୁ ଓ ଅନ୍ୟଟି ରତନପୁରରୁ ଦିଘା କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଘୋଷଣା ହୋଇଥିଲା । ଏହି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି । ପ୍ରକଳ୍ପ ଘୋଷଣାକୁ  8 ବର୍ଷ ବିତିଛି । ହେଲେ ପ୍ରକଳ୍ପର କୌଣସି ଉନ୍ନତି ହୋଇନାହିଁ । ତେଣୁ ମୁଁ ଅନୁରୋଧ କରୁଛି ଯେ, ପ୍ରକଳ୍ପର ଏକ ଟିପିଆର ପ୍ରସ୍ତୁତ କରି ଶୀଘ୍ର ପ୍ରକଳ୍ପର କାର୍ଯ୍ୟ ଶେଷ କରନ୍ତୁ ।"

ଏହା ବି ପଢନ୍ତୁ..ପାର୍ଲାମେଣ୍ଟରେ ଓଡ଼ିଶା ପ୍ରଶ୍ନ: ଭୁବନେଶ୍ବର-ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ୍ ଦାବି କଲେ ବିଜେଡି ସାଂସଦ

Last Updated : Dec 7, 2023, 2:09 PM IST

ABOUT THE AUTHOR

...view details