ଓଡିଶା

odisha

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର

By ETV Bharat Odisha Team

Published : Oct 29, 2023, 9:27 PM IST

ETV Bharat / videos

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର, ଯୁବପିଢ଼ିଙ୍କୁ ଦିଆଯାଉଛି ତାଲିମ

କୋରାପୁଟ: ସାରା ରାଜ୍ୟ ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ 2023 । ଏନେଇ କୋରାପୁଟ ଜିଲ୍ଲାରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ଯୋଗ ଦେଇଥିଲା । ତେବେ ଏନଡିଏମଏ ଏବଂ ଓଏସଡିଏମଏର ମିଳିତ ପ୍ରୟାସରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଗାଁ ଗାଁରେ ଯୁବ ପିଢ଼ିକୁ ନିଜ ଅଞ୍ଚଳରେ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର 16ଟି ଜିଲ୍ଲାର 14000 ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଉଥିବା ବେଳେ ଆପଦ ମିତ୍ର ଭାବେ ପରିଚିତ ହେଉଥିବା ଏହିପରି 300 ସ୍ବେଚ୍ଛାସେବୀ ଯୁବକ ଯୁବତୀଙ୍କୁ କୋରାପୁଟ ଜିଲ୍ଲା ସଦର ମହକୁମାରେ ତାଲିମ ଦିଆଯାଇଛି । ଏହି ତାଲିମ ଶିବିରରେ ଆପଦ ମିତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାର ତାଲିମ ଦିଆଯିବା ସହ ବନ୍ୟା, ବାତ୍ୟା, ଭୂସ୍ଖଳନ, ଅଗ୍ନି ଦୁର୍ଘଟଣା ପ୍ରଭୃତି ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ଘଟିବା ପରେ ପ୍ରଭାବିତ ଲୋକଙ୍କୁ କିପରି ସେବା ଯୋଗାଇ ହେବ ସେ ସମ୍ପର୍କରେ ଅଭ୍ୟାସ ପୂର୍ବକ ତାଲିମ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ମାଝୀ ।  

ଏହା ମଧ୍ୟ ପଢନ୍ତୁ.....Disaster Management: ବିପର୍ଯ୍ୟୟ ମୁକାବିଲା କରିବାକୁ 2000 କୋଟି, ପ୍ରତି ଗାଁରୁ ୧୦ ଜଣ ନେବେ ଟ୍ରେନିଂ

ଏହି ତାଲିମପ୍ରାପ୍ତ ପ୍ରତିଟି ଆପଦ ମିତ୍ରଙ୍କୁ ଏକ ସ୍ୱତନ୍ତ୍ର କିଟ ଦିଆଯାଇ ଥିବା ବେଳେ ନିଜ ଘରେ ଓ ଘର ପାଖରେ ସହଜରେ ମିଳୁଥିବା ଜିନିଷକୁ ବ୍ୟବହାର କରି ବିପର୍ଯ୍ୟୟ ପ୍ରଭାବିତ ବ୍ୟକ୍ତିଙ୍କୁ ସହଯୋଗ କରିହେବାର ସେନେଇ ତାଲିମ ଦିଆଯାଉଛି । ଗାଁକୁ ଯିବା ପରେ ନିଜେ ଜାଣିଥିବା କୌଶଳକୁ ଅନ୍ୟମାନଙ୍କ ସହ ବାଣ୍ଟି କିପରି କୋରାପୁଟ ଜିଲ୍ଲାକୁ ବିପର୍ଯ୍ୟୟ ଜନିତ କ୍ଷୟ କ୍ଷତିରୁ ମୁକ୍ତି ପ୍ରଦାନ କରିହେବ ସେ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମାଝୀ ସୂଚନା ଦେଇଛନ୍ତି ।  ଆଜି କୋରାପୁଟସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ପାଳନ ଅବସରରେ ଓଡ୍ରାଫ, ଅଗ୍ନିଶମ ବିଭାଗ, ଏଚଏଏଲ ଓ ସିଭିଲ ଡିଫେନ୍ସ ଦ୍ୱାରା ଆପାଦକାଳୀନ ସ୍ଥିତିରେ ପ୍ରୟୋଗ ହେଉଥିବା ବିଭିନ୍ନ ଉପାୟ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସହର ପରିକ୍ରମା କରି ଏଦିଗରେ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details