ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବ: ଗୋବିନ୍ଦ ପୋଦାର - ଏସିଆ କପ
Published : Sep 2, 2023, 11:52 AM IST
ରାଉରକେଲା: ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଛି । ଅପରାହ୍ନ 3ଟା ସମୟରେ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏସିଆ କପରେ ଭାରତ ଆଜି ପ୍ରଥମ ମ୍ୟାଚ ଖେଳିବ, ତାହା ପୁଣି ପାକିସ୍ତାନ ସହ । ସାରା ବିଶ୍ବର ନଜର ଏହି ମ୍ୟାଚ ଉପରେ ରହିଛି । ଆଜିର ମ୍ୟାଚ ନେଇ ଓଡିଶାର ରଣଜୀ ଖେଳାଳି ଗୋବିନ୍ଦ ପୋଦ୍ଦାର କହିଛନ୍ତି ଯେ, ପାକିସ୍ତାନର ବୋଲିଂ ବିଭାଗ ବହୁତ ଭଲ ରହିଛି । ସେହି ଅନୁସାରେ ଭାରତର ବ୍ୟାଟିଂ ବିଭାଗ ମଧ୍ୟ ସୁଦୃଢ ରହିଛି । ଆଜି ଦୁଇ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ । ରୋହିତ ଶର୍ମା ପୂର୍ବ ମ୍ୟାଚରେ ଭଲ ସ୍କୋର କରିନଥିଲେ ମଧ୍ୟ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । ବୁମରା 11 ମାସ କ୍ରିକେଟରୁ ଦୂରରେ ରହିଥିଲେ ମଧ୍ୟ ଆୟର୍ଲାଣ୍ଡ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ଆଜି ମଧ୍ୟ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟିର ହେବ ବୋଲି ଆଶା କରାଯାଉଛି । ଯଦି ଭାରତ ପ୍ରଥମେ ବ୍ୟାଟିଂ କରୁଛି ତେବେ 300ରୁ ଅଧିକ ରନ କରିବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ-Asia Cup 2023: ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଇଟିଭି ଭାରତ, ସୁନ୍ଦରଗଡ