କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁଙ୍କ ୯୯ତମ ଜୟନ୍ତୀ, ଧୁମଧାମରେ ପାଳିଲା ଜନ୍ମମାଟି - ନୀଳମଣି ସାହୁଙ୍କ ୯୯ ତମ ଜୟନ୍ତୀ ସମାରୋହ
Published : Dec 23, 2023, 11:27 AM IST
99thBirth anniversary of Mahapatra Nilmani Sahu: ନିଆଳି: ସ୍ୱାଧୀନତା ପରର ଓଡ଼ିଆ ସାହିତ୍ୟରେ ନୀଳମଣି ସାହୁ ଜଣେ ଜଣାଶୁଣା କଥାକାର । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ନିଜ ଅବଦାନ ଛାଡି ଯାଇଛନ୍ତି । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଲଳିତ କଥନ ଆଦି ଅନେକ ରଚନା କରିଥିଲେ । ତାଙ୍କ ରଚନାରେ ହାସ୍ୟରସ ଭରା ଲେଖା ରହିଛି । ତେବେ ତାଙ୍କର ୯୯ ତମ ଜନ୍ମ ଜୟନ୍ତୀ ଅବସରରେ ଗତକାଲି ଓଡିଶା ସାହିତ୍ୟ ଏକାଡେମୀ ଓ ପ୍ରାଚୀ ସାହିତ୍ୟ ସମିତି ପକ୍ଷରୁ ନିଆଳିସ୍ଥିତ ସାହୁ ପ୍ୟାଲେସ ପରିସରରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଵର୍ଗତ ନୀଳମଣୀଙ୍କ ଉଦ୍ଦେଶ୍ୟରେ ଲେଖକ ରାଜକିଶୋର ମହାନ୍ତି ଓ ସଙ୍କଳନ ପ୍ରଶାନ୍ତ ମହାନ୍ତିଙ୍କ ଦ୍ୱାରା ରଚିତ ପୁସ୍ତକ"ଗଳ୍ପ ସମଗ୍ର", ଡ଼ ତ୍ରିନାଥ ପଟ୍ଟନାୟକଙ୍କ ଦ୍ବାରା "ଗାଁ ମାଟିର ମୋହ" ଓ ବୈଷ୍ଣବ ଚରଣ ମହାନ୍ତିଙ୍କ ରଚିତ"ପାକି ପ୍ରାଣେଶ୍ବର ନିଆଳି ନୀଲୁ" ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଜୟନ୍ତୀ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏକ ଦୈନିକ ଖବର କାଗଜ ସମ୍ପାଦକ ମନୋଜ କୁମାର ମହାପାତ୍ର, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାରୋହରେ ଅନେକ ସାହିତ୍ୟିକ, ଗାଳ୍ପିକା, କବି ଓ ଗବେଷକ ମଧ୍ୟ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ଇଟିଭି ଭାରତ, ନିଆଳି