ଓଡିଶା

odisha

odisha U23 Women team

ETV Bharat / videos

23 ବର୍ଷରୁ କମ୍ ମହିଳା ଏକଦିବସୀୟ ଟ୍ରଫି: ଓଡ଼ିଶା ଦଳ ଘୋଷଣା କଲା ଓସିଏ

By ETV Bharat Odisha Team

Published : Jan 18, 2024, 8:52 AM IST

କଟକ:23 ବର୍ଷ କମ ମହିଳା ଏକଦିବସୀୟ ଟ୍ରଫି ପାଇଁ 16 ଜଣିଆ ଦଳ ଘୋଷଣା କଲା ଓସିଏ । ଏକଦିବସୀୟ ଟ୍ରଫି ପାଇଁ ମହିଳା ଦଳର ନେତୃତ୍ବ ନେବେ ଶୁଭ୍ରା ସ୍ୱାଇଁ । ଏହି ଟ୍ରଫିରେ 7ଟି ମ୍ୟାଚ ଖେଳିବ ଓଡ଼ିଶା ମହିଳା ଦଳ । ପ୍ରଥମ ତିନୋଟି ମ୍ୟାଚ ଲାଗି ଦଳ ଘୋଷଣା କରାଯାଇଛି । ପ୍ରଥମ ମ୍ୟାଚରେ ଓଡ଼ିଶା ଜମ୍ମୁ-କାଶ୍ମୀରକୁ ଭେଟିବ । ଦ୍ୱିତୀୟ ମ୍ୟାଚ ମିଜୋରାମ ଓ ତୃତୀୟ ମ୍ୟାଚରେ ରାଜସ୍ଥାନକୁ ଭେଟିବ । ଏହି ଘରୋଇ ସିଜିନରେ ଓଡ଼ିଶା ମହିଳା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ । କାହିଁକି ନା ଦଳରେ ବହୁ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି । ଯେଉଁମାନଙ୍କ ପାଖରେ ଦକ୍ଷତା ରହିଛି । ଏହି ଦଳ ଗଠନ କରିବା ପାଇଁ ଓସିଏ ବହୁ କସରତ କରିଛି। ସ୍ଵତନ୍ତ୍ର ପ୍ରଶିକ୍ଷଣ ଓ ଅଭ୍ୟାସ ମ୍ୟାଚ ଖେଳିଛି ଓଡ଼ିଶା ଦଳ । ଆସନ୍ତା 26 ତାରିଖରୁ ବିସିସିଆଇ ଘରୋଇ ଏକଦିବସୀୟ ଟ୍ରଫି ଆରମ୍ଭ ହେବ । 

ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶ ମ୍ୟାଚ୍ ପରେ ରଣଜୀ ଟ୍ରଫି ଟ୍ରାକକୁ ଫେରିଛି ଓଡ଼ିଶା: ପବନ ଅଗ୍ରୱାଲ

ଏକଦିବସୀୟ ଟ୍ରଫି ପାଇଁ 23 ବର୍ଷ କମ ମହିଳା ଦଳ ସ୍କ୍ବାର୍ଡ:ଶୁଭ୍ରା ସ୍ୱାଇଁ (ଅଧିନାୟକ) ତନ୍ମୟୀ ବେହେରା, ପୂଜାରାଣୀ ଦାସ, ଅଲିସ୍ପା ବିଶ୍ୱାଳ, ଜୋୟସୀ ନାୟକ, କୁସୁମ ତିରିଆ, ରୋଶନି ବାଗରଟି, ମଧୁସ୍ମିତା ଦଳେଇ, ସୋନାଲି ହେମ୍ବ୍ରମ, ଜିଏମ ଅଳକାନନ୍ଦା, ସୁଶ୍ରୀ ଅନିତା ସିଂ, ବିଜୟଲକ୍ଷ୍ମୀ ବେହେରା, ତରନା ପ୍ରଧାନ, ଶାନ୍ତିଲତା ପୃଷ୍ଟି, ସୂର୍ଯ୍ୟସ୍ନାତା ସ୍ୱାଇଁ, ମିତାଲି ଶର୍ମା ।

 ଇଟିଭି ଭାରତ, କଟକ

ABOUT THE AUTHOR

...view details