ଓଡିଶା

odisha

Eid ul Adha celebration in Jajpur

ETV Bharat / videos

Eid-ul-Adha: ଏକତା ଓ ତ୍ୟାଗର ପର୍ବ ଇଦ-ଉଲ-ଅଜହା, ମସଜିଦରେ ସାମୁହିକ ନମାଜ ପାଠ

By

Published : Jun 29, 2023, 4:59 PM IST

ଯାଜପୁର:ଆଜି ହେଉଛି ମୁସଲିମ ଧର୍ମାମବଲମ୍ବୀଙ୍କ ବଡ଼ ପର୍ବ ଇଦ-ଉଲ-ଅଜହା ପର୍ବ । ଏହି ଅବସରରେ ରାଜ୍ୟରେ ପ୍ରତ୍ୟେକ ମସଜିଦରେ ଏକତ୍ରିତ ହୋଇ ଏହି ପର୍ବ ପାଳିଛନ୍ତି ମୁସଲିମ ଭାଇ ଭଉଣୀ । ଜିଲ୍ଲାରେ ମଧ୍ୟ ମୁସଲିମ ଧର୍ମାବଲମ୍ବୀ ଅତି ଧୁମଧାମର ସହିତ ଏହି ପର୍ବ ପାଳୁଥିବା ଦେଖିବାକୁ ମିଳୁଛି ।  ବିଶେଷ ଭାବରେ ଜିଲ୍ଲାର ୧୦ଟି ବ୍ଲକ ଓ ଦୁଇଟି ପୌର ପରିଷଦ ମଧ୍ୟରୁ ବିଞ୍ଝାରପୁର, ବ୍ୟାସନଗର, ସୁକିନ୍ଦା, ଓ ବ୍ରହ୍ମପରଦା ଅଞ୍ଚଳରେ ଏହି ପର୍ବରେ ଅଧିକ ମୁସଲିମ ଭାଇମାନେ ସାମିଲ ହେଇଥିବା ଦେଖିବାକୁ ମିଳିଛି l  

ବ୍ୟାସନଗର ସ୍ଥିତ ଅହମ୍ମଦନଗର ମସଜିଦରେ ମୁସଲମାନ ସମ୍ପ୍ରଦାୟଙ୍କ ଦ୍ବାରା ଇଦ୍-ଉଲ୍-ଅଜହା ପର୍ବ ପାଳିତ ହୋଇଛି । ଏହି ପର୍ବ ସାଧାରଣତଃ ମୁସଲିମ ଭାଇମାନଙ୍କ ପାଇଁ ଏକତାର ପର୍ବ ହୋଇଥାଏ । ଏଥିପାଇଁ ପ୍ରତ୍ୟେକ ମୁସଲିମ ଧର୍ମାବଲମ୍ବୀ ଏହି ପର୍ବକୁ ଅତି ଉତ୍ସାହର ସହିତ ପାଳିଥାନ୍ତି । ଆଜି ସକାଳୁ ସକାଳୁ ଏହି ଧର୍ମାବଲମ୍ବୀ ମସଜିଦ ଆସି ନମାଜ ପଢି ପରସ୍ପରକୁ ଆଲିଙ୍ଗନ କରି ସାରା ଦେଶକୁ ଏକତାର ବାର୍ତ୍ତା ଦେଇଛନ୍ତି ।  ସେହିପରି ଜିଲ୍ଲାର ବିଞ୍ଝାରପୁର, ଧର୍ମଶାଳାର ବ୍ରହ୍ମପରଦା ଓ ସୁକିନ୍ଦା ଅଞ୍ଚଳରେ ମୁସଲିମ ଭାଇମାନେ ଏହି ପର୍ବକୁ ପାଳୁଥିବା ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ- Kebabs to Biryani: କବାବଠୁ ନେଇ ବିରିୟାନି, ଏହି ଖାଦ୍ୟ ପ୍ରସ୍ତୁତ କରି ମନାନ୍ତୁ ଇଦ

ଆଜିର ଦିନକୁ କୁର୍ବାନିର ଦିନ ବା ତ୍ୟାଗ ଓ ସମର୍ପଣର ଦିନ ଭାବେ ମୁସଲମାନ ଭାଇ ଓ ଭଉଣୀମାନେ ମାନିଥାନ୍ତି ।  ଏହି ପର୍ବରେ ହଜ ଯାତ୍ରା ଶେଷ ହୋଇଥାଏ ।  ଏହି ଅବସରରେ ସମସ୍ତ ମସଜିଦରେ ସାମୁହିକ ନମାଜ ପାଠର ଆୟୋଜନ କରାଯାଇଛି । ବିଞ୍ଝାରପୁର ବିଭିନ୍ନ ଇଦଗା ଓ ମସଜିଦରେ ସାମୁହିକ ନମାଜ ପାଠରେ ବହୁ ସଂଖ୍ୟକ ମୁସଲମାନ ଭାଇ ସାମିଲ ହୋଇ ନମାଜ ପାଠ କରିଥିଲେ। ଆଜିର ଦିନ କୁର୍ବାନିର ଦିନ ହୋଇଥିବା ବେଳେ ମନରୁ ଇର୍ଷା, ଦ୍ଵେଷ, ଅହଙ୍କାର ଭଳି ଭାବକୁ ତ୍ୟାଗ କରି ଗରିବ ଓ ଅସହାୟ ଲୋକଙ୍କୁ ଦାନ କରିଥାନ୍ତି ।  ମୁସଲମାନ ସମ୍ପ୍ରଦାୟର ପବିତ୍ର ଇଦ-ଉଲ-ଜୁହାକୁ ବଳିଦାନ ରୂପେ ପାଳନ କରିଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକମାନେ । ସେପଟେ ଏହି ପର୍ବ ପାଳନ ସମୟରେ ଆଇନୀଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ମସଜିଦ ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।  

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details