Watch: ସହଜ ହେବ ସେନାର ଅପରେସନ, ଆସିଲା MULE - ମଲ୍ଚି ୟୁଟିଲିଟି ଲେଗ୍ ରୋବଟ
Published : Sep 14, 2023, 7:53 AM IST
ଶ୍ରୀନଗର:ଆସିଲା ସେନାର ନୂଆ ରୋବଟ । ଏଣିକି ସହଜ ହେବ ଅପରେସନ । ଦୁର୍ଗମ ଅଞ୍ଚଳରେ ଅସରେସନରେ ସେନାକୁ ସହାୟତା କରିବ ଏହି ମଲ୍ଟି ୟୁଟିଲିଟି ଲେଗ୍ ରୋବଟ । ସର୍ଚ୍ଚ ଅପରେସନରେ ସେନାକୁ ସହାୟତା କରିବା ସହ ଅପରେସନକୁ ଆହୁରି ସହଜ କରିବ ଏହି ଅତ୍ୟାଧୁନିକ 4 ପାଦ ବିଶିଷ୍ଟ ନୂଆ ରୋବଟ । ଭାରତୀୟ ସେନା ଦ୍ବାରା ପ୍ରସ୍ତୁତ ଏହି ରୋବଟକୁ ଜମ୍ମୁକାଶ୍ମୀର ନର୍ଥ ଟେକ ସମ୍ପୋଜିମରେ ପ୍ରଦର୍ଶିତ କରାଯାଇଛି । ଏହି ରୋବଟର ପେଲୋଡ କ୍ଷମତା 12କେଜି ରହିଛି । 12 କେଜି ଯାଏ ଜିନିଷ ଏହି ରୋବଟ ନେଇପାରିବ । ଏଥିରେ ଥରମାଲ କ୍ୟାମେରା ହେଉ କି ଲାଡାର ବା ଫାୟରିଂ ଜିନିଷ ଖଞ୍ଜା ଯାଇପାରିବ । ଏଥିରେ LTE ଓ WIFI ରହିଛି । କମ ଦୂରତା ପାଇଁ WIFI ଅଧିକ ଦୂରତା ଯେପରି 10 କିମି ଯାଏଁ LTEର ବ୍ୟବହାର କରିହେବ । ରିମୋଟ ଦ୍ବାରା ଏହାକୁ କଣ୍ଟ୍ରୋଲ କରାଯିବ । ଯେ କୌଣସି ସ୍ଥାନ ଯଥା ବରଫାଞ୍ଚଳ ହେଉ କି ପାହାଡିଆ ଅଞ୍ଚଳ ସବୁଠି ଏହାର ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି ଇଞ୍ଜିନିୟର ଅରିୟାନ ସିଂହ ।
କିପରି କରିବ ସହାୟତା:ଧରି ନିଅନ୍ତୁ ଏକ ସେନା ଅପରେସନରେ ଗୋଟିଏ ଘରେ କିଛି ଆତଙ୍କୀ ଲୁଚିଛନ୍ତି । ସେ ଘରକୁ ଯିବାକୁ ସେନା ପ୍ରବେଶ କରିବା ସମ୍ଭବପର ହୋଇପାରୁନାହିଁ । ଏହି ସମୟରେ ଏହି ମଲ୍ଚି ୟୁଟିଲିଟି ଲେଗ୍ ରୋବଟ ସହାୟତା କରିବ । ଅଜଣା ସ୍ଥାନରେ ଅପରେସନ ବେଳେ ସେନାକୁ ତଥ୍ୟ ଯୋଗାଇବ MULE । ଭାରତୀୟ ସେନାର ନର୍ଥନ ସେନା ପକ୍ଷରୁ ଏହା ପ୍ରଦର୍ଶିତ କରାଯାଇଛି ।