ଓଡିଶା

odisha

ରାମ ମନ୍ଦିରର ପ୍ରଥମ ଇଟା କିଏ ସ୍ଥାପନା କରିଥିଲେ ? ଆସନ୍ତୁ ଜାଣିବା

ରାମ ମନ୍ଦିରର ପ୍ରଥମ ଇଟା କିଏ ସ୍ଥାପନା କରିଥିଲେ ? ଆସନ୍ତୁ ଜାଣିବା

By ETV Bharat Odisha Team

Published : Dec 27, 2023, 11:01 PM IST

Published : Dec 27, 2023, 11:01 PM IST

Ayodhya Ram Mandir: ପାଟନା:22 ଜାନୁଆରୀ 2024 ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ  ଅନୁଷ୍ଠିତ ହେବ । ଏହା ପୂର୍ବରୁ ଘଟିଥିବା ଆନ୍ଦୋଳନରେ ବିହାରର ଏକ ପ୍ରମୁଖ ଭୂମିକା ରହିଥିଲା ।ଏହା ଆମେ କହୁ ନାହୁଁ ,ଏହା କହିଛନ୍ତି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଲୋକମାନେ। ବିହାର କାମେଶ୍ୱର ଚ୍ୟାଉପାଲ ନାମକ ଜଣେ ବ୍ୟକ୍ତି ଏହି ଆନ୍ଦୋନରେ ସାମିଲ ହୋଇଥିଲେ । ଏହାସହ ସେ ରାମ ମନ୍ଦିର ନିର୍ମାଣର ପ୍ରଥମ ଇଟା ସ୍ଥାପନା କରିଥିବା ସେ କହିଛନ୍ତି । ସେ ୯୦ ଦଶକରେ ରାମ ମନ୍ଦିରର ମୂଳଦୁଆ ପକାଇବା ପାଇଁ ମନୋନୀତ ହୋଇଥିଲା । ସେ କିଭଳି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ପୂରା ଘଟଣା ସମ୍ପର୍କରେ ଆମ ଇଟିଭି ଆଗରେ ବଖାଣିଛନ୍ତି  ।  

ସେ କହିଛନ୍ତି," ମୁଁ ସଂଘ ସହିତ ଜଡିତ ରହିଥିଲି । ସଂଗଠନରେ ସମସ୍ତଙ୍କୁ କାମ ଦିଆଯାଏ । ସଂଘ ମୋତେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟ ଭାର ଦେଇଥିଲେ । ଏହାର ମୁଁ ରାଜ୍ୟ ସଂଗଠନ ମନ୍ତ୍ରୀଙ୍କ ଭାବେ କାର୍ଯ୍ୟ କରୁଥିଲି । ତେଣୁ  ଆମେ ଏହି ଆନ୍ଦୋଳନରେ ସାମିଲ ଦେଇଥିଲୁ । ଏହି ଆନ୍ଦୋଳନ ପ୍ରଥମେ ୧୯୮୪ ରେ ବିହାରରୁ ଆରମ୍ଭ ହୋଇଥିଲା  । ଆମର ସାଧୁମାନଙ୍କ ଏକ କମିଟି ଗଠନ କରାଯାଇଥିଲା । ଏହାର ସଭାପତି ଥିଲେ ପୂଜା ବେଦନାଥ ଜୀ ମହାରାଜ। ସେ ନିଷ୍ପତ୍ତି ନେଇଥିଲେ ଯେ ବିହାରରୁ ଜନସଚେତନତା କରାଯିବ । ରାମ କେଉଁ ଅବସ୍ଥାରେ ଅଛନ୍ତି ଏବଂ ରାମଙ୍କ ଜନ୍ମସ୍ଥାନ କେଉଁ ଅବସ୍ଥାରେ ଅଛି ତାହା ଦେଶ ଜାଣି ନାହିଁ । ତେଣୁ ଜନ ସଚେତନତା ସୃଷ୍ଟି କରିବାକୁ ପଡିବ  । ଏହି ଜନ ଜାଗରଣ ବିହାରର ମିଥୀଲା ଠାରୁ ଆରମ୍ଭ ହୋଇଥିଲା ।" 

ଏହା ମଧ୍ୟ ପଢନ୍ତୁ ......ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ଜାନୁଆରୀ ୨୨କୁ ଛୁଟିଦିନ ଘୋଷଣା ଦାବି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details