ଓଡିଶା

odisha

ରାୟଗଡାରେ ମନ କି ବାତ, ୫ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କଲେ ବୈଜୟନ୍ତ

By ETV Bharat Odisha Team

Published : Nov 26, 2023, 10:20 PM IST

ରାୟଗଡାରେ ମାନକି ବାତ କାର୍ଯ୍ୟକ୍ରମ, ୫ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କଲେ ବୈଜୟନ୍ତ

ରାୟଗଡା:ଆଜି ପ୍ରଧାନମନ୍ତ୍ରୀଙ୍କ ୧୦୭ ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲାରେ ବିଜେପି ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ବିଜେପି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାର ୫ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବୈଜୟନ୍ତ । ଏଥିରେ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ଆଇନଜୀବୀ ମଦନମୋହନ ପାଢ଼ୀ, ସାମ୍ବାଦିକ ଗୋପ ରଞ୍ଜନ ବକ୍ସିପାତ୍ର, ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ଅଙ୍ଗଦ କୁଟୃକା, ପ୍ରବୀଣ ଚାଷୀ ଜଗଦୀଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ଏହି ଅବସରରେ ବୈଜୟନ୍ତ ପଣ୍ଡା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ଵର ପଞ୍ଚମ ଅର୍ଥନୀତି ହୋଇଛି । ଦେଶ ବିକାଶ ଶୀର୍ଷକୁ ଛୁଇଁଛି । ପଡୋଶୀ ଦେଶକୁ ଭାରତ ବିଭିନ୍ନ ପ୍ରକାର ସହାୟତା ଯୋଗାଉଛି । ଏଭଳି କାର୍ଯ୍ୟକ୍ରମ ସାରା ପୃଥିବୀରେ ବିରଳ ଓ ପ୍ରଧାନମନ୍ତ୍ରୀ ଦେଶର ଯେଉଁଭଳି ଉଦାହରଣ ଉପସ୍ଥାପନ କରୁଛନ୍ତି ତାହା ଅତି ହୃଦୟ ସ୍ପର୍ଷୀ । ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । " ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳିରାମ ମଝି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ ରାମଚନ୍ଦ୍ର ବେହେରା ପ୍ରମୁଖ ସହ ବରିଷ୍ଠ ନାଗରିକ, ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
 

ABOUT THE AUTHOR

...view details