ଓଡିଶା

odisha

କଂଗ୍ରେସ ବିରୋଧରେ ଆଇନର ଦ୍ବାରସ୍ଥ ହେବେ ମନ୍ମଥ

ETV Bharat / videos

କଂଗ୍ରେସ ବିରୋଧରେ ଆଇନର ଦ୍ବାରସ୍ଥ ହେବେ ମନ୍ମଥ - କଂଗ୍ରେସ ବିଧାୟକ ସୁର ରାଉତରାୟ

By ETV Bharat Odisha Team

Published : Sep 9, 2023, 5:30 PM IST

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପରିବାର ମଧ୍ୟରେ ଦଳୀୟ କଳି ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁଅ ଅଲବତ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ଲଢ଼ିବ ବୋଲି ସୁର ରାଉତରାୟ ପ୍ରତିଦିନ ଦୃଢ଼ୋକ୍ତି ବାଢ଼ୁଛନ୍ତି । ସେପଟେ କିନ୍ତୁ ପୁଅ ମନ୍ମଥ ଦିନକୁ ଦିନ କଂଗ୍ରେସ ପ୍ରତି କଡ଼ା ଆଭିମୁଖ୍ୟ ରଖୁଛନ୍ତି । କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରିବା ପରଠାରୁ ଆରମ୍ଭ ହୋଇଛି ବିବାଦ । ଏହାପରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ଦଳର ସଦସ୍ୟ ହିଁ ନଥିଲେ, ନିଲମ୍ବିତ କିପରି ହେଲେ ବୋଲି ପ୍ରଶ୍ନ କରିଥିଲେ ମନ୍ମଥ । ଏହାରି ମଧ୍ୟରେ ଆଜି ପୁଣିଥରେ ସୁର କହିଛନ୍ତି ନିର୍ବାଚନ ପୂର୍ବରୁ ନିଲମ୍ବନ ଉଠିବ ଓ ପୁଅ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ିବ । ସେପଟେ ଏନେଇ ମନ୍ମଥଙ୍କୁ ପଚାରିବାରୁ ସେ କହିଛନ୍ତି, "ମୁଁ ଏନେଇ କୌଣସି ଚିନ୍ତା କରିନାହିଁ । ହେଲେ କଂଗ୍ରେସ ଦଳ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଚିନ୍ତା କରିଛି । ମୋ ବିନା ଅନୁମତିରେ ସେ କିପରି ମୋତେ ପିସିସି ସଦସ୍ୟ କରାଇଥିଲେ ଓ କିପରି ନିଲମ୍ବନ କଲେ, ସେନେଇ ମୁଁ ମୋ ଲିଗାଲ ଟିମ୍‌ ସହ ଆଲୋଚନା ପରେ ପଦକ୍ଷେପ ନେବି ।" ଶୁଣନ୍ତୁ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଆଉ କଣ କହିଛନ୍ତି ମନ୍ମଥ ରାଉତରାୟ...

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details