Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ
ପୁରୀ:ଶେଷ ହୋଇଯାଇଛି କାଳିଆର ରଥଯାତ୍ରା । ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏବେ ରତ୍ନ ସିଂହାସନରେ ପୂଜା ପାଉଛନ୍ତି ଶ୍ରୀଜିଉ । କୋଟି ଓଡ଼ିଆଙ୍କ ମଉଡମଣି । ଭାବ ବିନୋଦିଆ କାଳିଆ ଠାକୁରକୁ ଟିକିଏ ଦର୍ଶନ କରିବାକୁ ବ୍ୟାକୁଳ ଭକ୍ତର ମନ । ସକାଳୁ ସକାଳୁ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ସେବାୟତ ମାନେ ମନ୍ଦିର ଦ୍ବାର ଫିଟାଇବା ପରେ ଘଣ୍ଟି, ଦୀପ ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ । ଏହି ଆଳତୀ ଦେଖିବାକୁ ବଡି ଭୋରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି । ବିଶ୍ବାସ ରହିଛି ଆଳତୀ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବା ସହ ଦୁଃଖ ଦୂର ହୋଇଥାଏ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ କରାଯାଏ ମଙ୍ଗଳ ଆଳତୀ । ଭାବ ବିନୋଦିଆ କାଳିଆ ଠାକୁରକୁ ଦେଖିବାକୁ ଆତୁର ହୋଇ ପଡନ୍ତି ଭକ୍ତ । ତାର ଚକା ନୟନକୁ ଅନାଇଲେ ଭକ୍ତର ଆଖି ବି ଓଦା ହୋଇଯାଏ ।
ଇଟିଭି ଭାରତ, ପୁରୀ