Mangala Alati: ଓଡିଆ ନବବର୍ଷରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ
ପୁରୀ:ଓଁ ନମୋ ଭଗବତେ ବାସୁଦେବାୟ । ଆହେ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ । ଉଠ ଉଠ ମଣିମା ହୁଅ ସଦୟ । ଅନାଥର ନାଥ ସେ ଜଗନ୍ନାଥ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ ଅଧିକ । ଆଜି ମହାବିଷୁବ ସଂକ୍ରାନ୍ତି । ଦ୍ବାରଫିଟା ନୀତି ସମ୍ପନ୍ନ ପରେ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ପତିତପାବନଙ୍କ ଆଳତୀ ଦରଅଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ଭିଡ ଲାଗିଥାଏ । ଆଜି ମହାବୁଷବ ସଂକ୍ରାନ୍ତି ହୋଇଥିବାରୁ ଶ୍ରୀମନ୍ଦିର ଚଳଚଞ୍ଚଳ । ଶ୍ରୀମନ୍ଦିରରେ ଥିବା ଭକ୍ତଙ୍କ ମୁଖରୁ ଓଁ ନମଃ ଭଗବତେ ବାସୁଦେବାୟ ଶୁଣିବାକୁ ମିଳିଛି । ଏହା ମନ୍ତ୍ର ଶୁଣିବା ପାଇଁ ଯେପରି ଭଲ ଲାଗେ ଆଳତୀ ମଧ୍ୟ ସେତିକି ମନମୁଗ୍ଧକର ଅଟେ ।
ଇଟିଭି ଭାରତ, ପୁରୀ