Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ
ପୁରୀ: ଅନାଥର ନାଥ ସିଏ ଜଗନ୍ନାଥ । ଭାବ ବିନୋଦିଆ କାଳିଆ ଠାକୁର । ମହାପ୍ରଭୁଙ୍କ ମହିମା ଅପାର । କିଏ କଳାସାଆନ୍ତ ଡାକେ ତ ପୁଣି କିଏ ଶ୍ରଦ୍ଧାରେ ଭାବ ବିନୋଦିଆ ବୋଲି କୁହେ । ପ୍ରତିଦିନ ଭୋରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ କରାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ହରିବୋଲ କହି ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ ।
କୋଟି ଓଡିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ଅନାଥର ନାଥ ନିରାଶର ଆଶା ସେ ଜଗନ୍ନାଥ । ସକାଳୁ ସକାଳୁ ପ୍ରଭୁ ପତିତପାବନଙ୍କ ଆଳତୀ ପାଇବା ସହ ସବୁ ଭୁଲକୁ କ୍ଷମା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ଭକ୍ତ ଟିଏ ପ୍ରାର୍ଥନା କରିଥାନ୍ତି । ପୁରୀ ସହରର ତ ଭକ୍ତମାନେ ଆସିଥାନ୍ତି ଏହାସହ ରାଜ୍ୟବାହାରୁ ମଧ୍ୟ ଭକ୍ତମାନେ ଜୟ ଜଗନ୍ନାଥ ସ୍ବାମୀ କହି ବାଇସି ପାହାଚ ଚଢି ଆସିଥାନ୍ତି । ପ୍ରତିଦିନ ମହାପ୍ରଭୁଙ୍କ କବାଟ ଖୋଲାଯାଇ କର୍ପୁର ଆଳତୀ ହୋଇଥାଏ। ମନ୍ତ୍ର ପାଠ କରାଯାଇ ଆଳତୀ କରାଯାଇଥାଏ । ହରିହରିବୋଲ, ଭଗବତେ ବସୁଦେବାୟ ନମଃ ସହ ମହାପ୍ରଭୁଙ୍କ ସ୍ତୁତି ପାଠ କରାଯାଇଥାଏ । ଏହା ଶୁଣିବା ପାଇଁ ଯେପରି ଭଲ ଲାଗେ ସେପରି ଆଳତୀ ଦେଖିବା ମଧ୍ୟ ସେତିକି ଆକର୍ଷଣୀୟ ଲାଗିଥାଏ ।
କାଳିଆସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ଦୂରଦୂରାନ୍ତର ସାତ ଦରିଆ ତେର ନଇ ଡେଇଁ ଆସିଥାନ୍ତି ଭକ୍ତ । ଘୋଷ ଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ବ ବିଖ୍ୟାତ । ଯାତ୍ରା ସମୟରେ ଦିନରୁ ରାତି ଯାଏଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଥାଏ । ମହାପ୍ରଭୁଙ୍କ ଷୋହଳ ନାମ ଧରି ରଥ ଦଉଡି ଟାଣିଥାନ୍ତି ଲୋକେ । କିଏ ସଂସାରରୁ ମୁକ୍ତି ଦିଏ କହେ ତ କିଏ ପୁଣି ପାପରୁ ଉଦ୍ଧାର କରିବା ପାଇଁ ଗୁହାରି କରେ । ସେ ନଟଖଟିଆର ଅଭଡା ଟିକିଏ ପାଇବା ପାଇଁ ଚାତକ ପରି ଚାହିଁଥାନ୍ତି ଭକ୍ତ ।
ଇଟିଭି ଭାରତ, ପୁରୀ