Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ
ପୁରୀ:ଜଗତର ନାଥ ଜଗନ୍ନାଥ । ନିରାଶର ଆଶା ସେ ଅନାଥର ନାଥ ମହାପ୍ରଭୁ ଜଗନ୍ନାଥ । କାଳିଆର ଚକାନୟନ ଦେଖିଲେ ଲାଖିଯାଏ ଆଖି । ପତିତମାନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ରୂପେ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । କୋଟି ଓଡିଆଙ୍କ ମଉଡ ମଣି ସେ ମହାପ୍ରଭୁ ଜଗନ୍ନାଥ । ଓଁ ନମୋ ଭଗବତେ ବାସୁଦେବାୟ । କାଳିଆ ଠାକୁର ସେ ଭାବ ବିନୋଦିଆ । ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ । ମହାପ୍ରଭୁଙ୍କ କୃପା ଲାଭ କରିବା ପାଇଁ କାହିଁ କେତେ ଆଡୁ ଭକ୍ତଙ୍କ ସୁଅ ଝୁଟିଥାଏ । ବିଶ୍ବାସ ଅଛି ମହାପ୍ରଭୁଙ୍କ ଦର୍ଶନ କରିଲେ ପାପରୁ ମୁକ୍ତି ହୋଇଥାନ୍ତି ।
ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର ମଙ୍ଗଳ କାମନା କରି ପ୍ରଭୁ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରିଛନ୍ତି ପୂଜାପଣ୍ଡା । ପ୍ରଥମେ ପ୍ରାତଃରୁ ସମସ୍ତ ସେବାୟତ ଓଁ ନମୋଃ ଭଗବତେ ବାସୁଦେବାୟ, ଜୟ ଜଗନ୍ନାଥ ମନ୍ତ୍ର ସହ ଶ୍ରୀମନ୍ଦିର ଦ୍ବାର ଫିଟାଇଥିଲେ । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପତିତପାବନଙ୍କ ଆଳତୀ କରିଛନ୍ତି ।
ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ପ୍ରାତଃରକୁ ମହାପ୍ରଭୁଙ୍କ ଆଳତୀ ଦେଖିବା ପାଇଁ ଅନେକ ଲୋକଙ୍କ ସମାଗମ ହୋଇଥାଏ । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାଙ୍କୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ ।
କଥାରେ ଅଛି କାଳିଆର କରୁଣା ବଡ ଅପାର । ସେଥିପାଇଁ ତ ବିଦେଶରୁ ମଧ୍ୟ ଲୋକେ ପୁରୀ ଧାମକୁ ଟାଣି ହୋଇ ଆସିଥାନ୍ତି । ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ତାଙ୍କୁ ଥରୁଟିଏ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ । ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ଲୋକେ ଆସି କାନ୍ଦି କାନ୍ଦି ଭାବବିହ୍ବଳ ହୋଇ ଦୁଃଖ ଜଣାଇଥାନ୍ତି । ଦାସିଆ ବାଉରି ଜଗନ୍ନାଥ ମଧ୍ୟ ଅସହାୟଙ୍କୁ ସହାୟ ହୋଇଥାନ୍ତି ।
ଇଟିଭି ଭାରତ, ପୁରୀ