ଓଡିଶା

odisha

ଶଦୀଦ ଯବାନଙ୍କୁ ମିଳିଲାନି ସମ୍ମାନ

By ETV Bharat Odisha Team

Published : Nov 7, 2023, 6:49 AM IST

Updated : Nov 7, 2023, 3:25 PM IST

ETV Bharat / videos

ପଞ୍ଚଭୂତରେ ଲୀନ ହେଲା ପ୍ରତାପଙ୍କ ପାର୍ଥିବ ଶରୀର, ଶହୀଦଙ୍କ ପରିବାରକୁ ମିଳିନି ସହାୟତା !

ପୁରୀ: ଶଦୀଦ ଯବାନଙ୍କୁ ମିଳିଲାନି ଉପଯୁକ୍ତ ସମ୍ମାନ । ପଞ୍ଚଭୂତରେ ଲୀନ ହେଲା ଶହୀଦଙ୍କ ପାର୍ଥିବ ଶରୀର । ମେଘାଳୟରେ ଓଡିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ା ଶହୀଦ ହୋଇଥିଲେ । ଗତକାଲି ଜନ୍ମମାଟିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶହୀଦ ଯବାନ ପ୍ରତାପଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି । ବନ୍ଧୁ ପରିଜନ, ଗ୍ରାମବାସୀ ଓ ରାଜନେତା ସମସ୍ତେ ଆସି ଶହୀଦଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଳକ ମଲ୍ଲଗ୍ରାମରେ ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା । ଏହାପରେ ଜନ୍ମମାଟିରେ ଶହୀଦ ପ୍ରତାପ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା ବେଳେ ଯବାନଙ୍କ ପରିବାରକୁ କୌଣସି ସହାୟତା ଦିଆଯାଇନଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟମାନଙ୍କୁ ସହାୟତା ଦିଆଯାଉଥିବା ବେଳେ ଶହୀଦଙ୍କୁ କଣ ପାଇଁ ସହାୟତା ଦିଆଯାଇ ନାହିଁ ବୋଲି ପ୍ରଶ୍ନ କଲେ ସିଦ୍ଧାର୍ଥ ରାଉତରାୟ । 

ଏହା ମଧ୍ୟ ପଢ଼ନ୍ତୁ....ସରିଲା ଶହୀଦଙ୍କ ଶେଷକୃତ୍ୟ, ପୁରୀରେ ଶୋକାକୁଳ ପରିବେଶ

ଇଟିଭି ଭାରତ, ପୁରୀ  

Last Updated : Nov 7, 2023, 3:25 PM IST

ABOUT THE AUTHOR

...view details