ଓଡିଶା

odisha

ସମୁଦ୍ର ପାଣିରେ ବିଷ !

ETV Bharat / videos

ପାରାଦ୍ୱୀପରେ କାରଖାନା ଯୋଗୁଁ ପ୍ରଦୂଷିତ ନଦୀ ଜଳ ! ମହାନଦୀ ମୁହାଣରେ ଭାସୁଛି ମାଛ ମଡ଼କ

By ETV Bharat Odisha Team

Published : Sep 12, 2023, 7:56 AM IST

ଜଗତସିଂହପୁର: ଜିଲ୍ଲା ପାରାଦ୍ୱୀପ ସ୍ଥିତ କପିଳଜୋରି ନଦୀରେ ମାଛ ମଡ଼କ ପଡିଥିବା ଦେଖିବାକୁ ମିଳିଛି । କେବଳ କପିଳେଜୋରି ନଦୀ ନୁହେଁ ମହାନଦୀ ମୁହାଣ ଓ ଅନ୍ୟକିଛି ନଦୀରେ ମାଛ ମରି ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପାରାଦ୍ୱୀପରେ ଛତୁ ଫୁଟିଲା ଭଳି ଛୋଟବଡ଼ ଶିଳ୍ପ ସଂସ୍ଥା ଗଢି ଉଠିଛି । କିଛି ଶିଳ୍ପ ସଂସ୍ଥା କାରଖାନାରୁ ନିର୍ଗତ ପ୍ରଦୂଷିତ ଜଳ ସିଧାସଳଖ ନଦୀ ଓ ସମୁଦ୍ରକୁ ଛାଡ଼ି ଦେଉଛନ୍ତି । ଫଳରେ ପାଣି ପ୍ରଦୂଷିତ ହେବା ସହିତ ସାମୁଦ୍ରିକ ଜୀବମାନଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି । କିଛି ବିରଳ ମାଛ ବଂଶ ମଧ୍ୟ ଏହି କାରଣରୁ ଦେଖିବାକୁ ମିଳୁ ନାହାନ୍ତି । ଯାହାକୁ ନେଇ ପରିବେଶ ବିତ୍ତ ମାନେ ଉଦବେଗ ପ୍ରକାଶ କରିଛନ୍ତି । 

ସୂଚନଯୋଗ୍ୟ ଯେ ଗତ ଦୁଇଦିନ ତଳେ ପାରାଦ୍ୱୀପ ସମୁଦ୍ରରରେ କିଛି ନୀଳ ରଙ୍ଗର ତେଲିଆ ବିଷାକ୍ତ ପଦାର୍ଥ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାର ଦୁଇଦିନ ପରେ ଆଜି ମାଛ ମଡ଼କ ଭାସୁଥିବା ଦେଖିବାକୁ ମିଳିଛି । ନୀଳ ରଙ୍ଗର ତେଲିଆ ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସି ମାଛଗୁଡ଼ିକ ମାରୁଥିବା ସନ୍ଦେହ ସୃଷ୍ଟି କରାଯାଉଛି  । ମାଛ ମଡ଼କ ଖବର ଆସିବା ପରେ ମତ୍ସ୍ୟ ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି । 

ଏହା ମଧ୍ୟ ପଢନ୍ତୁ..ନଦୀରେ ଶୁଖିଗଲା ପାଣି, ଲକ୍ଷାଧିକ ସଂଖ୍ୟାରେ ମାଛ ମଡକ

ପାରାଦ୍ୱୀପ ଭୋସ୍କାଲିନ ପଏଣ୍ଟଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ନୀଳ ରଙ୍ଗର ବିଷାକ୍ତ ପଦାର୍ଥ ଭାସୁଥିଲେ ମଧ୍ୟ ପରିବେଶ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରତିକାର କରାଯାଇନାହିଁ । ପାରାଦ୍ୱୀପରେ ଥିବା କିଛି ଶିଳ୍ପ ସଂସ୍ଥା ବେଧଡ଼କ ଭାବରେ ପ୍ରଦୂଷିତ ଜଳକୁ ସମୁଦ୍ରରେ ଛାଡି ଦେଉଛନ୍ତି କିନ୍ତୁ ଏଥିପ୍ରତି ପ୍ରଦୂଷଣ ବିଭାଗ କୌଣସି ପଦେକ୍ଷପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପାରାଦ୍ୱୀପ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା ଉଦବେଗ ପ୍ରକାଶ କରିଛନ୍ତି । 

ଈଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details