ଓଡିଶା

odisha

ଶ୍ରମିକ ନିଖୋଜ

ବାହାନଗା ରେଳ ଡବା କାଟିବାକୁ ଆସି ଶ୍ରମିକ ନିଖୋଜ

By ETV Bharat Odisha Team

Published : Dec 5, 2023, 10:19 PM IST

Published : Dec 5, 2023, 10:19 PM IST

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକ ନିଲାମ ହୋଇଥିଲା । ଗତ ୮ ତାରିଖରୁ ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଅଭିଯୋଗ । ନିଖୋଜଙ୍କୁ ନପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଯାଜପୁର, ଭଦ୍ରକ, ରାଣୀତାଲ, ମାର୍କୋଣା, ସୋର, ବାଲେଶ୍ଵର ଷ୍ଟେସନ ସହିତ ବିଭିନ ସ୍ଥାନ ଖୋଜାଖୋଜି ମଧ୍ୟ ସରିଲାଣି ।

ବାହାନଗା ରେଳ ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକ ନିଲାମ ହୋଇଥିଲା । ଏହାକୁ କାଟିବା ପାଇଁ ଅନେକ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।  ଗତ ଅକ୍ଟୋବର ୨୮ତାରିଖରେ ରେଳଡ଼ବା କାଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦାନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା ଏବଂ ସାନପୁଅ ବିଟୋ ଗୁପ୍ତା ଦୁଇଜଣ ବାହାନଗା ଆସିଥିଲେ। ଦୁଇ ଭାଇ ରେଳ ବଗି କାଟିବା କାମ ଚାଲୁ ରଖିଥିବା ବେଳେ ଗତ ୮ ତାରିଖରୁ ବଡ଼ ଭାଇ ଅଜୟ ସାନ ଭାଇ ବିଟୋକୁ ଆଉ କାମ କରୁଥିବା ସ୍ଥାନରେ ଖୋଜି ପାଇ ନଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...କୋଏଲ ନଦୀରେ ଛାତ୍ର ବୁଡିଯିବା ଘଟଣା, ମିଳିଲା ମୃତଦେହ

ବିଟୋକୁ ପାଇବା ପାଇଁ ବଡ଼ଭାଇ ଅଜୟ ବାହାନଗା ଅଞ୍ଚଳର କ୍ଷୀରୋଦ କୁମାର ମଲ୍ଲିକଙ୍କ ସହାୟତାରେ ଯାଜପୁର, ଭଦ୍ରକ, ରାଣୀତାଲ, ମାର୍କୋଣା, ସୋର, ବାଲେଶ୍ଵର ଷ୍ଟେସନ ସହିତ ବିଭିନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିପାରି ନାହିଁ । ବଡ଼ଭାଇ ଅଜୟ ଏବିଷୟରେ କମ୍ପାନୀ ଓ ରେଳ ବିଭାଗକୁ ଜଣାଇଥିବାର ପ୍ରକାଶ କରିଛନ୍ତି । ଅଜୟ ଘରକୁ ଜଣାଇଥିଲେ ମଧ୍ୟ ସେ ଘରକୁ ଯାଇ ନଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି । ନିଖୋଜ ବିଟୋକୁ ନପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବଡ଼ଭାଇ ଅଜୟ । ଭଙ୍ଗାରୁଜା ରେଳବଗି କାଟିବାକୁ ଆସି ଜଣେ ଶ୍ରମିକ ଏପରି କେମିତି ନିଖୋଜ ହୋଇଗଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ।

ଇଟିଭି ଭାରତ,ବାଲେଶ୍ବର

ABOUT THE AUTHOR

...view details